ଜାତୀୟ

ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସରେ ଦେଶର ସାମୁହିକ ଶକ୍ତିର ଦର୍ଶନ ହେଲା : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପିଏମ୍ ମୋଦୀ କହିଛନ୍ତି ଯେ, ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସର ବିଶେଷ ଅବସରରେ ଆମେ ସମସ୍ତେ ଦେଶର ସାମୁହିକ ଶକ୍ତି ଦେଖିବାକୁ ପାଇଲେ । ଏତେ ବଡ ଦେଶ, ଏତେ ବିବିଧତା ଭିତରେ ଯେତେବେଳେ ତ୍ରିରଙ୍ଗା ଉଡାଇବା କଥା ଆସିଲା, ସେତେବେଳେ ସମସ୍ତେ ଆମ ସମସ୍ତଙ୍କ ଭିତରେ ଗୋଟିଏ ଭାବନା ଦେଖିବାକୁ ମିଳିଥିଲା ବୋଲି ମୋଦୀ କହିଛନ୍ତି । ତେବେ ଅଗଷ୍ଟ ମାସରେ ଲୋକଙ୍କ ପତ୍ର, ସନ୍ଦେଶ ଓ କାର୍ଡ ମୋଦୀଙ୍କ କାର୍ଯ୍ୟାଳୟକୁ ତ୍ରିରଙ୍ଗାମୟ କରିଦେଇଥିଲା ବୋଲି ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଚାରି ମାସ ତଳେ ସେ ଅମୃତ ମହୋତ୍ସବ କଥା କହିଥିଲେ । ଏହାପରେ ଭିନ୍ନ ଭିନ୍ନ ଜିଲ୍ଲାରୁ ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଲୋକଙ୍କ ପ୍ରୟାସ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲା । ତେବେ ଅମୃତ ମହୋତ୍ସବର ରଙ୍ଗ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱରେ ଅନ୍ୟ ଦେଶମାନେ ମଧ୍ୟ ଦେଖିବାକୁ ପାଇଲେ । ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ନାୟକ-ନାୟିକାଙ୍କ କାହାଣୀ ଉପରେ ନିର୍ମିତ କାର୍ଯ୍ୟକ୍ରମ ‘ସ୍ୱରାଜ’ ଦୂରଦର୍ଶନରେ ପ୍ରତି ରବିବାର ରାତି ୯ଟାରେ ପ୍ରସାରିତ ହେବ । ଯାହାକି ୭୫ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ତେଣୁ ଦେଶବାସୀ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com