ଐତିହ୍ୟ ଓ ସଂସ୍କୃତି

ପାଖେଇ ଆସୁଛି ଗଣପର୍ବ ନୂଆଖାଇ; ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

 

ସମ୍ବଲପୁର ,୨୮/୦୮/୨୦୨୨- ନୂଆଖାଇ ଲାଗି ବଜାର ଘାଟ ଚଳଚଞ୍ଚଳ । ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ିଥିବା ବେଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ପ୍ରଥମେ ଲାଗିବ ନବାନ୍ନ । ବରଗଡ଼ ସହରରେ ବଜାରରେ ଲାଗିଲାଣି ପତ୍ର, ନୂଆ ଧାନ ଏବଂ ପୂଜା ସାମଗ୍ରୀର ଆସର ।ପୂଜା ସାମଗ୍ରୀ ସହ ସୁତା ରାକ୍ଷୀ କିଣିବାକୁ ଭିଡ଼ ଲଗାଇଲେଣି। ନୂଆଖାଇରେ ଚାଷୀ ନିଜର ଇଷ୍ଟଦେବୀଙ୍କୁ ରାକ୍ଷୀ ବାନ୍ଧିବା ପରଂପରା ରହିଛି ଖାସ୍ । ଏଥିଲାଗି କାରିଗରମାନେ ମଧ୍ୟ ଭଳିକି ଭଳି ସୁତା ରାକ୍ଷୀ ପ୍ରସ୍ତୁତ  କରୁଛନ୍ତି ।  

ଏପଟେ ନୂଆଖାଇ ପୂର୍ବରୁ ଟିଟିଲାଗଡ଼ କୁମୁତି ପଦର ଗାଁରେ ଥିବା ମାଆ କୋଶଳେଶ୍ୱରୀ ମନ୍ଦିରରେ ଆୟୋଜିତ ହୋଇଛି ନବାନ୍ନ । ଯଜ୍ଞ ଭାଦ୍ରବ ଅମାବାସ୍ୟା ଦିନ ଏହି ଯଜ୍ଞ ଆୟୋଜନ କରାଯାଇଥାଏ । ବିଶ୍ୱାସ ରହିଛି ପ୍ରଥମେ ଦେବୀ କୋଶଳେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେଲା ପରେ ,ପଞ୍ଚମୀ ଦିନ ଅନ୍ୟ ଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ  ।  ବୌଦ୍ଧ ମହାନଦୀ ବିହାର ପାର୍କରେ ବସି ନୂଆଖାଇ ଲାଗି  ଗୀତ ଅଭ୍ୟାସ କରୁଛନ୍ତି କଳାକାର । ମାଆ ସମଲେଇ ଗୋ ମା ସୁରେଶ୍ୱରୀ । ପାଦେ ଜୁହାର, ଆଇଲା ନୂଆ ଖାଇଁ ତିହାର । ହାର୍ମୋନିୟମ୍‌ର ତାଳେ ତାଳେ ଗୀତ ଅଭ୍ୟାସରେ ବ୍ୟସ୍ତ କଳାକାର । ଏପଟେ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ବଲାଙ୍ଗିରରେ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି କଣ୍ଠଶିଳ୍ପୀ ଓ ବ୍ୟଙ୍ଗ କବି ।

Related Articles

Back to top button
WP Twitter Auto Publish Powered By : XYZScripts.com