Breaking NewsFeaturedଅନ୍ତର୍ଜାତୀୟଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟବିଜ୍ଞାନ ଓ ପ୍ରଯୁକ୍ତିମନୋରଞ୍ଜନ

ନୀଳମାଧବଙ୍କ ଆଉ ଏକ ମାଇଲଖୁଣ୍ଟ ‘ଦ ଜେଙ୍ଗାବୁରୁ କର୍ସ’…

’ଜେଙ୍ଗାବୁରୁ ଅଭିଶାପ’ ହେଉଛି ପ୍ରଥମ ଭାରତୀୟ କ୍ଲାଏ-ଫାଇ ଥ୍ରୀଲର ସିରିଜ୍

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସଫଳତାର ଆଉ ଏକ କାହାଣୀ ରଚିଲେ ଓଡ଼ିଆ ପୁଅ ନୀଳମାଧବ ପଣ୍ଡା । ’ଆଇ ଆମ୍‌ କଲାମ’ (୨୦୧୦) ଓ ’କଡୱି ହାୱା’ (୨୦୧୭) ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ନୀଳମାଧବ ଏବେ ପୁଣି କିଛି ନୂଆ କରିବାକୁ ଅଣ୍ଟା ଭିଡ଼ି ସାରିଲେଣି। ଜାତୀୟ ଓ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଚଳଚିତ୍ର ନିର୍ଦ୍ଦେଶକ ଓ ନିର୍ମାତା ନୀଳମାଧବ ପଣ୍ଡା ଏବେ ଦେଶର ପ୍ରଥମ କ୍ଲାଇମେଟ୍ ଫିକସନ୍ ବା ପରିବର୍ତ୍ତିତ ଜଳବାୟୁ ସମ୍ପର୍କରେ ଏକ ସିରିଜ୍‌ କରୁଛନ୍ତି । ଏଥି ସହିତ ସେ ପ୍ରଥମଥର ଓଟିଟିରେ ପ୍ରବେଶ କରିଛନ୍ତି । ଏହାର ସିରିଜ ଅଗଷ୍ଟ ୯ରୁ ଓଟିଟି ପ୍ଲାଟ୍‌ପର୍ମ ସୋନି ଲାଇଭ୍‌ରେ ରିଲିଜ ହେବାକୁ ଯାଉଛି । ସିରିଜର ନାମ ରହିଛି ‘ଦ ଜେଙ୍ଗାବୁରୁ କର୍ସ’ ଏହି ଶୋ’ରେ ଫାରିଆ ଅବଦୁଲ୍ଲା, ନାସିର, ମକରନ୍ଦ ଦେଶପାଣ୍ଡେ , ସୁଦେବ ନାୟାର ଦୀପକ ସମାପତ ଏବଂ ହିତେଶ ଡାଭେ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ଏହାର କାହାଣୀ ମୟଙ୍କ ତିୱାରି ଲେଖିଥିବା ବେଳେ ଆଲୋକନ୍ନ୍ ଦାସଗୁପ୍ତା ଏବଂ ଦୁର୍ଗା ପ୍ରସାଦ ମହାପାତ୍ର ଯଥାକ୍ରମେ ସଙ୍ଗୀତ ନିର୍ଦ୍ଦେଶକ ଓ ପ୍ରଡକ୍ସନ ଡିଜାଇନର ଭାବେ କାମ କରିଛନ୍ତି ।

Director & Producer Nilamadhab Panda_Mobile News 24X7

ନୀଳ ମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଜେଙ୍ଗାବୁରୁ କର୍ସ’ ବା ’ଜେଙ୍ଗାବୁରୁର ଅଭିଶାପ’ ବଦଳୁଥିବା ଜଳବାୟୁ ଓ ଏହାର ପରିଣାମକୁ ନେଇ ଆଧାରିତ ପ୍ରଥମ ଶୋ’ ବୋଲି କୁହାଯାଉଛି । ଏଥିରେ ଓଡ଼ିଶାର ଏକ ଛୋଟ ସହରର ଝିଅ ଝିଅ ପ୍ରିୟା ଦାସଙ୍କ କାହାଣୀ ବର୍ଣ୍ଣନା କରାଯାଇଛି । ପ୍ରିୟା ଲଣ୍ଡନରେ ରୁହନ୍ତି । ଏହି ସମୟରେ ହଠାତ୍ ପ୍ରିୟାଙ୍କ ବାପା ନିଖୋଜ ହୋଇ ଯାଆନ୍ତି । ଯାହା ପାଇଁ ତାଙ୍କୁ ଓଡ଼ିଶା ଫେରିବାକୁ ପଡ଼େ । ସେ ଯେତେବେଳ ବାପାଙ୍କୁ ଖୋଜିବା ଆରମ୍ଭ କରନ୍ତି, ଏହି ସମୟରେ ଏକ ଅଦ୍ଭୁତ ଘଟଣା ଘଟେ । ଯେଉଁଥିରେ ଆଦିବାସୀ ବଣ୍ଡା ଜାତି ଏବଂ ଓଡ଼ିଶାର ଖଣି ଅଞ୍ଚଳ ମଧ୍ୟରେ ଏକ ସଂଯୋଗ ଦେଖିବାକୁ ମିଳେ । ଏହି ଶୋ’ରେ ଜଙ୍ଗଲରେ ବସବାସ କରୁଥିବା ଆଦିମ ଜନଜାତିର କାହାଣୀ ଦର୍ଶାଯାଇଛି ଯେଉଁଠାରେ ବ୍ୟାପକ ଖଣି ଖନନ ଯୋଗୁଁ ପରିବେଶକୁ ଖୁବ୍ କ୍ଷତି ପହଞ୍ଚିଥିଲା । ସେଠାକାର ଲୋକମାନେ ଅନୁତାପ ବ୍ୟତୀତ ଆଉ କିଛି କରିପାରୁ ନଥିଲେ । ଏହି ଅଞ୍ଚଳରେ ଏକ ବିଶେଷ ପଥରର ଉପସ୍ଥିତି ପାଇଁ ପାଇଁ ଏଠାରେ ବେଆଇନ୍ ଭାବରେ ଖନନ କାର୍ଯ୍ୟ ଚାଲିଥିଲା । ସେହି ସମୟରେ ଉକ୍ତ ଅଞ୍ଚଳରେ ଏକ ଅଜବ ରୋଗ ବ୍ୟାପିଲା । ଯାହାଦ୍ୱାରା ବହୁ ଆଦିବାସୀଙ୍କ ମୃତ୍ୟୁ ଘଟିଲା । ଏହି ସମସ୍ତ ଘଟଣା ମଧ୍ୟରେ ସଂଯୋଗ ରହୁଥିଲା ।

ନିର୍ମାତା ତଥା ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା କହିଛନ୍ତି ଯେ ’ଜେଙ୍ଗାବୁରୁ ଅଭିଶାପ’ ହେଉଛି ପ୍ରଥମ ଭାରତୀୟ କ୍ଲାଏ-ଫାଇ ଥ୍ରୀଲର ସିରିଜ୍। ଏହି ଶୋ’ରେ ମଣିଷ ସମାଜର ବେପରୁଆ ଭାବେ ପ୍ରାକୃତିକ ସମ୍ପଦ ବ୍ୟବହାର ଭୟାବହ ପରିଣାମକୁ ଦର୍ଶାଯାଇଛି। ଜେଙ୍ଗାବୁରୁ ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଦର୍ଶକଙ୍କୁ ମନୋରଞ୍ଜନ କରିବା ସହିତ ପରିବେଶ ସଂରକ୍ଷଣର ନିତାନ୍ତ ବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ବୋଲି ଶ୍ରୀ ପଣ୍ଡା କହିଛନ୍ତି। ନୀଳମାଧବ ପଣ୍ଡାଙ୍କ ଦ୍ୱାରା ନିର୍ଦ୍ଦେଶିତ ’ଜେଙ୍ଗାବୁରୁର ଅଭିଶାପ’ ହେଉଛି ମାନବର ଲୋଭ ଏବଂ ପ୍ରାକୃତିକ ସମ୍ପଦକୁ ଧ୍ବଂସ କରୁଥିବାର ଏକ ନିଚ୍ଛକ ଓ ନିଆରା କାହାଣୀ।

 

ଦେଖନ୍ତୁ ’ଜେଙ୍ଗାବୁରୁର ଅଭିଶାପ’ର ଝଲକ:

Related Articles

Back to top button
WP Twitter Auto Publish Powered By : XYZScripts.com