ଅନ୍ୟାନ୍ୟ

ଅଜଣା ଜନ୍ତୁ ଆକ୍ରମଣରେ ୨୦ ଛେଳି ମୃତ

ସାନଖେମୁଣ୍ଡି, ୨୬/୧୧/୨୦୨୨-  ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗାଁରେ ଅଜଣା ଜନ୍ତୁ ଆତଙ୍କରେ ୨୦ ଛେଳି ମୃତ । ଗାଁର ଦାସ ଗୌଡଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ୧୫ଟି ଛେଳିକୁ ମାରିଛି । ସେହିଭଳି ୫ଟି ଛେଳିକୁ ନେଇ ଯାଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଗାଁରେ ବାରହା ବୁଲୁଥିବା ବେଳେ ଏଭଳି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ପ୍ରାଣୀ ଚିକିତ୍ସକ ଏବଂ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com