ଓଡ଼ିଶା

ବଲିଉଡ୍‌ରେ ଓଡ଼ିଆ ଝିଅଙ୍କ କମାଲ

ସଲମାନ ଅଲ୍ଲୀଙ୍କ ସହ କଲେ ପ୍ରୋମୋ ସୁଟ୍‌

ମୁମ୍ବାଇ-  ୩୦.୦୮. ୨୦୨୨-   ମୁମ୍ବାଇ ମଞ୍ଚରେ ଏମିତି ଗୀତ ଗାଇଲେ,ଯେ ସମସ୍ତେ ଆବାକ୍‌ । ଭଦ୍ରକର ଝିଅ,  ସଲ୍‌ମାନ୍ ଅଲ୍ଲୀଙ୍କ ସହ ଏକ ରିୟଲିଟି ସୋ ପାଇଁ ପ୍ରମୋ ସୁଟ୍ ବି କଲେ । ନିଶ୍ୱାସ  ତୋ…. ବିନା ମୋର ଚାଲେନା, ବିଶ୍ୱାସ…ତୋ ବିନା କିଛି ହୁଏନା ।  ଏହି ଗୀତକୁ ଗାଇ ଏବେ ଚର୍ଚ୍ଚାରେ ଭଦ୍ରକର ଝିଅ ଅଲରଜା ଖାନ୍‌ । ଗୀତ ଶୁଣିଲେ ଆପଣ କହିବେ ଜଣେ ପ୍ଲେ ବ୍ୟାକ୍‌ ସିଙ୍ଗର ଏହାକୁ ଗାଉଛନ୍ତି ବରଂ ଭଦ୍ରକର ଝିଅ ଗାୟିକା ଅଲରଜା ଖାନ୍‌ ଏହାକୁ ଗାଇଛନ୍ତି ।ଯାହାକୁ ନେଇ ପୂରା ଅଂଚଳରେ ଜୋର ଧରିଛି ଚର୍ଚ୍ଚା । ଏମିତିକି ଏହି ପ୍ରୋମୋ ଜାତୀୟ ସ୍ତରର ଟିଭି ଚ୍ୟାନେଲରେ ପ୍ରସାରଣ ହେବାର କାର୍ଯ୍ୟକ୍ରମ ବି ରହିଛି ।  ତାଙ୍କ ଆଇଙ୍କ ପ୍ରେରଣା ପାଇ  ଅଲ୍‌ରଜା ଗୋଟିଏ ପରେ ଗୋଟିଏ, ସଫଳତା ସାଉଁଟୁଛନ୍ତି ।

ତାଙ୍କ ଆଇ ସାକେରା ଖାତୁନ୍ ଜଣେ ଲେଖିକା । ଆଈ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵବଧାନରେ, ସଙ୍ଗୀତ ସାଧନାରେ ମଗ୍ନ ରହି, ଏବେ ମୁମ୍ବାଇରେ ପାଇଛନ୍ତି ସଫଳତା । ଏନ୍.ଆର୍.ଆଇ. ସ୍କୁଲ୍‌ରେ +୨ବିଜ୍ଞାନରେ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି ଅଲରଜା । ପିଲାଟିବେଳୁ ସେ ସଙ୍ଗୀତରେ ଆଗ୍ରହ ଦେଖାଉଥିଲେ। ଏମିତିକି ୪ବର୍ଷ ବୟସରୁ ବିଦ୍ୟାଳୟ ମଞ୍ଚରେ ଗୀତ ଭଦ୍ରକ ଗାଇବା ଆରମ୍ଭ କରି ,ବହୁ ପ୍ରଶଂସା ପାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଜିଲ୍ଲାସ୍ତରରେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ।

 

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com