ଓଡ଼ିଶା

ନବୀନ ପାଇବେ କ୍ୟାପିଟାଲ ଫାଉଣ୍ଡେସନ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ

ଓଡ଼ିଶାର ପ୍ରଗତି ସହ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ କ୍ୟାପିଟାଲ୍ ଫାଉଣ୍ଡେସନ ଲାଇଫ୍‌ଟାଇମ୍ ଆଚିଭମେଣ୍ଟ ସମ୍ମାନ । ସେପ୍ଟେମ୍ବର ୪ରେ ହେବ ସମ୍ମାନ ପ୍ରଦାନ ସମାରୋହ । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମ୍‌ରେ ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନ୍ନା ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିବେ । ଏହି ସମାରୋହରେ ଜଷ୍ଟିସ ଏ.କେ.ପଟ୍ଟନାୟକ ଉପସ୍ଥିତ ରହିବେ । ବିଶିଷ୍ଟ ପାର୍ଲାମେଣ୍ଟରିଆନ, ବୁଦ୍ଧିଜୀବୀ, ବିଚାରପତି, ଡିପ୍ଲୋମାଟ, ସାମ୍ବାଦିକ ଏହି ସଂସ୍ଥାରେ ସାମିଲ ହୋଇ ସେମାନଙ୍କ ମତାମତ ଉପସ୍ଥାପନ କରିଥାନ୍ତି । ଏହାର ଗଭର୍ଣ୍ଣିଂ ବଡିରେ ସୁପ୍ରିମ୍‌କୋର୍ଟର ବିଚାରପତି, କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ରାଜନେତା, ସାମାଜିକ କର୍ମକର୍ତ୍ତା, ପୋଲିସ ମୁଖ୍ୟ ପ୍ରମୁଖ ସାମିଲ ରହିଛନ୍ତି । ଅତୀତରେ ଏହି ପ୍ରତିଷ୍ଠାନ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ.ଗୁଜରାଲ, , ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ, ପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି.ରମନ୍ନା ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଛି। ଏହି ଅବସରରେପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି.ରମନ୍ନା ତାଙ୍କର ‘ମାଇ ଏକ୍ସପେରିଏନ୍ସ ଇନ୍ ଇଣ୍ଡିଆନ ଜୁଡିସିଆରୀ’ ଉପରେ ନିଜର ବକ୍ତବ୍ୟ ରଖିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com