ଐତିହ୍ୟ ଓ ସଂସ୍କୃତିଓଡ଼ିଶାଶିକ୍ଷା

ଗାୟକ ଶେଖର- ଜଗନ୍ନାଥ ବେହେରା ପାଇଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ

 ଭୁବନେଶ୍ୱର, ୨୦/୧୨/୨୦୨୨-   ନୃତ୍ୟ,ସଙ୍ଗୀତ, ନାଟକ ଓ ଲୋକ କଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳାକାର ସାଧକମାନଙ୍କର ଆଜୀବନ ସାଧନା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ୨୦୨୧ ଓ ୨୦୨୨ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପାଲା କ୍ଷେତ୍ରରେ ଗାୟକ ଶେଖର ଶ୍ରୀ ଜଗନ୍ନାଥ ବେହେରାଙ୍କୁ ୨୦୨୨ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଶ୍ରୀ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ୨୦୨୧ ବର୍ଷ ପାଇଁ ଏହି ସମ୍ମାନ ପାଇଛନ୍ତି । ଭଞ୍ଜ ସମ୍ମାନ ପ୍ରାପ୍ତ ପ୍ରତିଭା ଦ୍ୱୟଙ୍କୁ ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com