ଜାତୀୟ

ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବମୁଖର ଗାଁଠୁ ସହର

ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର। ସୁସଜ୍ଜିତ ପୂଜା ପେଣ୍ଡାଲରେ ପୂଜା ପାଇବେ ବିଘ୍ନହର୍ତ୍ତା।  ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି । ଆଜିର ଦିନରେ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କ ପୂଜା କରାଯାଏ ।  ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ହେଉଛି ଗଣେଶ ପୂଜା । ବିଭିନ୍ନ ଗଣେଶ ପୀଠ ମଣ୍ଡପ ଗୁଡ଼ିକରେ  ଗଜାନନଙ୍କ ପୂଜା ହେଉଛି । ଧୂପ ଦୀପ ଝୁଣା ଓ ନୈବେଦ୍ୟର ମୋହନୀୟ ମହକ ଭିତରେ ଆର୍ବିଭୂତ ହେବେ ପ୍ରଭୁ ଶ୍ରୀ ଗଣେଶ । ସ୍କୁଲଠୁ ଆରମ୍ଭ କରି ଗାଁ ଛକ, ବିଭିନ୍ନ ପ୍ରତିଷ୍ଠାନ ଓ ସହରରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ଗଣେଶ ପୂଜା । ଏଥିପାଇଁ ଭକ୍ତଙ୍କ ଭିତରେ ଦେଖିବାକୁ ମିଳିଛି ନିଆରା  ଉତ୍ସାହ ।

Related Articles

Back to top button
WP Twitter Auto Publish Powered By : XYZScripts.com