ଜାତୀୟ

ଆସ୍ଥା ଭୋଟ୍‌ରେ ଜିତିଲେ କେଜରିୱାଲ୍

ନୂଆଦିଲ୍ଲୀ ; ୧।୯ ଆସ୍ଥା ଭୋଟ୍‌ରେ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ୍ । ବିଜେପି ଆପ୍ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିଲା ବୋଲି ଆପ୍ ଅଭିଯୋଗ ଆଣିଥିଲା । ଏଥିପାଇଁ ଦିଲ୍ଲୀବାସୀ ଓ ଦଳର ଏକାଗ୍ରତାକୁ ଦେଖାଇବାକୁ ଯାଇ ଆସ୍ଥା ଭୋଟ୍ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏଥିରେ ୫୮ ବିଧାୟକ କେଜରିୱାଲଙ୍କ ଆପ୍‌ ପାର୍ଟି ସପକ୍ଷରେ ଭୋଟ୍ ଦେଇଥିଲେ । ଦିଲ୍ଲୀ ବିଧାନସଭାର ମୋଟ ୭୦ ସଦସ୍ୟଙ୍କ ମଧ୍ୟରେ ଆପ୍ ପାଖରେ ୬୨ ବିଧାୟକ ଥିବା ବେଳେ ବିଜେପି ପାଖରେ ୮ ଜଣ ବିଧାୟକ ଅଛନ୍ତି । ୬୨ ବିଧାୟକଙ୍କ ମଧ୍ୟରୁ ଆପ୍‌କୁ ୫୮ ଜଣ ସମର୍ଥନ କରିଥିବା ବେଳେ ବିଜେପିର ଅପରେସନ ଲୋଟସ ଅଭିଯାନ ବିଫଳ ହୋଇଛି ବୋଲି ଆପ୍ କହିଛି । ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ପାଖରେ ୬୨ ବିଧାୟକ ଥିବା ବେଳେ ସେଥିମଧ୍ୟରୁ ୨ ଜଣ ଦେଶ ବାହାରେ ଅଛନ୍ତି । ଅନ୍ୟ ଜଣେ ଜେଲ୍‌ରେ ଅଛନ୍ତି । ସେହିପରି ଚତୁର୍ଥ ନମ୍ବର ଜଣଙ୍କ ହେଲେ ବିଧାନସଭାର ସ୍ପିକର ।’ ଗତ ସପ୍ତାହରେ କେଜରିୱାଲ ଅଭିଯୋଗ କରିଥିଲେ ଯେ ବିଜେପି ଦିଲ୍ଲୀରେ ଅପରେସନ ଲୋଟସ ଚଳାଇ ଆପ୍ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି । ଆମର ୪୦ ବିଧାୟକଙ୍କୁ ଟାର୍ଗେଟ୍ କରିଛି ବିଜେପି । ଦଳ ଛାଡ଼ିଲେ ଜଣଙ୍କ ପିଛା ୨୦ କୋଟି ଟଙ୍କା ଦିଆଯିବ ବୋଲି ବିଜେପି ଲାଞ୍ଚ ଯାଚିଥିବା କେଜରିୱାଲ୍ ଅଭିଯୋଗ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com