ଜାତୀୟ

ପୀତ ଜ୍ୱରରେ ଗଲାଣି ୪ ଜୀବନ, କ’ଣ ଏହି ପୀତ ଜ୍ୱର?

ନୂଆଦିଲ୍ଲୀ : କେନିଆରେ ପୀତ ଜ୍ୱରର ଆକ୍ରାନ୍ତ ଲୋକ।  ଇସିଓଲୋରେ ୪ ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଛି। ୫ମ ବ୍ୟକ୍ତି ଜଣଙ୍କ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି।
କେନିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ ପାଟ୍ରିକ୍ ଆମୋଥ କହିଛନ୍ତି, ଏହି ରୋଗରେ ଗତ କିଛି ଦିନ ତଳେ ୩ ଜଣ ପ୍ରାଣ ହରାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନବହୁଳ ଅଞ୍ଚଳରେ ଏହି ରୋଗ ବ୍ୟାପିବାର ସମ୍ଭାବନା ରହିଛି। ଇସିଓଲୋର ଜନସଂଖ୍ୟା ଅଧିକ ହେତୁ ଏହି ରୋଗକୁ ନିୟନ୍ତ୍ରଣ କରିବା ଟିକିଏ କଷ୍ଟ ହେବ।  ପୀତ ଜ୍ୱରର ପ୍ରଥମ ରୋଗୀ ୨୦୨୨ ଜାନୁଆରୀ ୧୨ ତାରିଖରେ ଚିହ୍ନଟ ହୋଇଥିଲା।
ପୀତ ଜ୍ୱର କ’ଣ?
ପୀତ ଜ୍ୱର ଏକ ତୀବ୍ର ଏବଂ ସଂକ୍ରାମକ ଭାଇରାଲ୍ ରୋଗ । ଜିକା ଏବଂ ଡେଙ୍ଗୁ ରୋଗ ସୃଷ୍ଟି କରୁଥିବା ମଶାରୁ ମଧ୍ୟ ଏହି ରୋଗ ହୋଇଥାଏ। ଏହା ମଶା ଦ୍ବାରା ସଂକ୍ରମିତ ଏକ ତୀବ୍ର ଭାଇରାଲ୍ ହେମୋରେଜିକ୍ ରୋଗ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୁହେ। ଏହି ରୋଗ ଆଫ୍ରିକା ଏବଂ ସାଉଥ୍‌ ଆମେରିକାରେ ଅଧିକ ଦେଖାଦିଏ।
ଜ୍ୱର, ମୁଣ୍ଡବିନ୍ଧା ଏବଂ ବାନ୍ତି  ହେବା ଏହି ରୋଗର ଲକ୍ଷଣ। ଏହି ରୋଗ ହୃଦୟ, ଯକୃତ ଏବଂ କିଡନୀ ସମସ୍ୟା ସୃଷ୍ଟି କରେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରୋଗର ଚିକିତ୍ସା ଦ୍ବାରା ରୋଗୀ ସୁସ୍ଥ ହେବାର ସମ୍ଭାବନା ଅଧିକ ଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com