ଜାତୀୟ

‘ଖତ୍‌ରୋଁ କେ ଖିଲାଡୀ ୧୨’ରୁ ଆଉଟ୍ ହୋଇଗଲେ କି ରୁବିନା ? ଟ୍ବିଟ୍ ପରେ ଫ୍ୟାନ୍ସ ଦେଲେ ଏମିତି କମେଣ୍ଟ

ମୁମ୍ବାଇ: ବସ୍ ଲେଡି ରୁବିନା ଦିଲାଏକ ‘ଖତ୍‌ରୋଁ କୀ ଖିଲାଡୀ ୧୨’ ପାଇଁ ଦକ୍ଷିଣ ଆଫ୍ରିକାର କେପଟାଉନ୍‌ରେ ଅଛନ୍ତି । ରୁବିନା ଟେଲିଭିଜନ ଜଗତର ଜଣେ ପରିଚିତ ଚେହେରା । ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍ ସକ୍ରିୟ । ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ୍ ମଧ୍ୟ ବେଶ୍ ଅଧିକ । ସେ କେପଟାଉନ୍‌ରୁ ଅନେକ ଭିଡିଓ ସେୟାର କରିଛନ୍ତି । ଯାହା ଫଳରେ ଫ୍ୟାନ୍ସଙ୍କ ଉତ୍ସାହ ଅଧିକ ବଢିଯାଇଛି । ସେମାନେ ତାଙ୍କୁ ‘ଖତରୋଁ କି ଖିଲାଡୀ ୧୨’ର ଟ୍ରଫି ସହ ଦେଖିବାକୁ ଚାହୁଁଛନ୍ତି । ଏହି ସମୟରେ ରୁବିନା ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏମିତି କିଛି ଲେଖିଛନ୍ତି ଯେଉଁଥିରୁ ଅନୁମାନ କରାଯାଉଛି ସେ ରୋହିତ ସେଟ୍ଟୀଙ୍କ ସେଟ୍‌ରୁ ବାହାରି ଯାଇଛନ୍ତି ।

ରୁବିନା ଦିଲାଏକଙ୍କ ଟ୍ବିଟ୍ ଫ୍ୟାନ୍ସଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ରୁବିନା ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି ଯେ, ବେଇମାନି ସହ ଜିତିବା ବନାମ ସଚ୍ଚୋଟତା ସହ ହାରିବା… ଆପଣ କାହାକୁ ବାଛିବେ ? ତାଙ୍କର ଏହି ଟ୍ବିଟ୍ କୁ ନେଇ ନେଇ କମେଣ୍ଟ ବର୍ଷା ହେଉଛି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, କ’ଣ ସେ ଖତରୋଁ କୀ ଖିଲାଡୀ ୧୨ରୁ ବାହାରି ଯାଇଛନ୍ତି । ସେ ଚ୍ୟାନେଲର ପରିଚିତ ଚେହେରା, ଏମିତି କେମିତି ହୋଇପାରିବ ? ଆଉ ଜଣେ ଫ୍ୟାନ୍ ଲେଖିଛନ୍ତି ରୁବି ପ୍ଲିଜ୍ କେକେକେ ୧୨ର ନିଜ ଯାତ୍ରାକୁ ଉପଭୋଗ କରନ୍ତୁ । ଜିତନ୍ତୁ କି ହାରନ୍ତୁ ତାହା ଆମ ପାଇଁ ମାନେ ରଖେନାହିଁ । ବାସ୍ କେପଟାଉନ୍‌ରେ ନିଜର ଷ୍ଟଣ୍ଟ୍‌ରେ ବେଷ୍ଟ୍ କରନ୍ତୁ । ଅନ୍ୟ ଜଣେ କହିଛନ୍ତି, ତେବେ ମୋତେ ମୋ ଜବାବ ମିଳିଯାଇଛି । କେକେକେ୧୨ରୁ ଆଉ ଜଣେ ପ୍ରତିଯୋଗୀ ବାହାରି ଯାଇଛି ।

ରୁବିନା ଶୋ’ରୁ ବାହାରିଛନ୍ତି କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ମିଳିନାହିଁ । ଖତ୍‌ରୋଁ କୀ ଖିଲାଡୀର ଜଣେ ଫ୍ୟାନ୍ ଇନଷ୍ଟାଗ୍ରାମରେ ପୋଷ୍ଟ ଲେଖି କହିଛନ୍ତି ଯେ, ସେ ବାହାରିଯିବା ଖବର ଫେକ୍ ଅଟେ ।

Related Articles

Back to top button
WP Twitter Auto Publish Powered By : XYZScripts.com