ଜାତୀୟ

ପାକିସ୍ତାନ ରେଷ୍ଟୁରାଣ୍ଟରେ ‘ଗଙ୍ଗୁବାଇ କାଠିଆୱାଡି’ର ସିନ୍‌, ଟ୍ରୋଲ୍‌ ହେବା ପରେ କହିଲେ ଏମିତି

ମୁମ୍ବାଇ: ପାକିସ୍ତାନର ଏକ ରେଷ୍ଟୁରାଣ୍ଟରେ ବଲିଉଡ ଫିଲ୍ମର ଭିଡିଓ କ୍ଲିପକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାକୁ ନେଇ ରେଷ୍ଟୁରାଣ୍ଟ ବିବାଦ ଘେରକୁ ଆସିଛି । କହିବାକୁ ଗଲେ ଘଟଣାଟି ପାକିସ୍ତାନ କରାଚିରେ ଥିବା ଏକ ରେଷ୍ଟୁରାଣ୍ଟର । ସେଠାରେ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଏକ ଛୋଟ କ୍ଲିପ ଲଗାଯାଇଛି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍‌ ହେଉଛି ।

 

View this post on Instagram

 

A post shared by Swing 🌸 (@swing.khi)

ସୂଚନା ଅନୁଯାୟୀ ପାକିସ୍ତାନର ଏକ ରେଷ୍ଟୁରାଣ୍ଟ ଏବେ ବହୁତ ଖରାପ କାମ କରିଛି । କରାଚିର ଏହି ରେଷ୍ଟୁରାଣ୍ଟ ସ୍ୱିଙ୍ଗ୍ ସୋସିଆଲ ମିଡିଆରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ହିଟ୍ ଫିଲ୍ମ ଗଙ୍ଗୁବାଇ କାଠିଆୱାଡିର ଏକ ଭିଡିଓ କରିଛି । ଯେଉଁଥିରେ ଫିଲ୍ମର ଗୋଟିଏ ଦୃଶ୍ୟରେ ଦର୍ଶାଯାଇଛି ଯେ ଗଙ୍ଗୁବାଇ ଭୂମିକାରେ ଥିବା ଆଲିଆ ତାଙ୍କ ହାତ ବଢାଇ ଗ୍ରାହକଙ୍କୁ ଡାକି ନିଜ ଆଡକୁ ଆକର୍ଷିତ କରିଛନ୍ତି। ଏହି ଭିଡିଓକୁ ବ୍ୟବହାର କରି ରେଷ୍ଟୁରାଣ୍ଟ ପୁରୁଷମାନଙ୍କ ପାଇଁ ୨୫% ଅଫର ଦେଇଛି। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଛି ।

 

View this post on Instagram

 

A post shared by Swing 🌸 (@swing.khi)

ପୋଷ୍ଟଟି ସେୟାର କରାଯାଇ କ୍ୟାପସନରେ ଲେଖାଯାଇଛି, ‘ଆଜା ନା ରାଜା, ତୁମେ କଣ ଅପେକ୍ଷା କରିଛ? ସ୍ୱିଙ୍ଗ୍ ଆପଣଙ୍କୁ ୨୫% ଅଫର ଦେଉଛି । ବର୍ତ୍ତମାନ ପାକିସ୍ତାନର ଏହି ଭିଡିଓ ଦେଖି ଆଲିଆ ଭଟ୍ଟଙ୍କ ପ୍ରଶଂସକ ଏବଂ ଅନ୍ୟମାନେ ମଧ୍ୟ ରେଷ୍ଟୁରାଣ୍ଟର ଏହି କାର୍ଯ୍ୟକୁ ଲଜ୍ଜାଜନକ କହିବା ସହ କମେଣ୍ଟ ଦେଇଛନ୍ତି। ଏହାକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି, ‘ତୁମର ଏହି କାର୍ଯ୍ୟକଳାପ ଅତ୍ୟନ୍ତ ଖରାପ ଏଥିପାଇଁ ତୁମେ କ୍ଷମା ମାଗିବା ଉଚିତ୍। ଆଉ ଜଣେ ଲେଖିଛନ୍ତି, ‘କେବଳ ପାକିସ୍ତାନ ଏଭଳି କାର୍ଯ୍ୟ କରିପାରିବ।’ ସୋସିଆଲ ମିଡିଆରେ ଅଧିକ ଟ୍ରୋଲ ହେବା ପରେ ରେଷ୍ଟୁରାଣ୍ଟ ପକ୍ଷରୁ ଏକ ସ୍ପଷ୍ଟୀକରଣରେ କୁହାଯାଇଛି କି ଏହା କେବଳ ମାର୍କେଟିଂର କନସେପ୍‌ଟ, ଏହାକୁ ଅନ୍ୟଥା ଗ୍ରହଣ କରନ୍ତୁ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com