ଜାତୀୟ

‘ନିଜକୁ ବ୍ୟାଟସମ୍ୟାନ ଭାବୁଛନ୍ତି…’, ଜେମ୍ସ ଆଣ୍ଡରସନଙ୍କ ବୟାନ ଉପରେ ଜବାବ ଦେଲେ ଜାଡେଜା

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ଏଜବାଷ୍ଟନ ଟେଷ୍ଟରେ ଭାରତ ମଜବୁତ ସ୍ଥିତିରେ ରହିଛି। ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ପ୍ରଥମ ଦିନରେ ଦମଦାର ଶତକ ଅର୍ଜନ କରିଥିବା ବେଳେ ଦ୍ଵିତୀୟ ଦିନରେ ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଛନ୍ତି। ଜାଡେଜା ବ୍ୟାଟସମ୍ୟାନ ହିସାବରେ ଗତ କିଛି ସମୟରୁ ଭଲ ଇନିଂସ ଖେଳୁଛନ୍ତି। ଏଜବାଷ୍ଟନରେ ଖେଳିଥିବା ଇନିଂସ ପରେ ଜାଡେଜା ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ଆକ୍ଷେପର ଜବାବ ଦେଇଛନ୍ତି।

ଜାଡେଜା ପ୍ରଥମ ଇନିଂସରେ ୧୦୪ ରନର ଇନିଂସ ଖେଳିଛନ୍ତି। ତାଙ୍କ ଶତକୀୟ ଇନିଂସ ଦମରେ ଭାରତ ୪୧୬ ରନର ବଡ ସ୍କୋର କରିବାରେ ସଫଳ ହୋଇଛି। ଏହି ଇନିଂସକୁ ନେଇ ଇଂଲଣ୍ଡର କିମ୍ବଦନ୍ତୀ ବୋଲର ଜେମ୍ସ ଆଣ୍ଡରସନ ବୟାନ ଦେଇଥିଲେ। ଆଣ୍ଡରସନ କହିଥିଲେ, ଭାରତୀୟ ଦଲର ଅଲରାଉଣ୍ଡର ନିଜକୁ ବ୍ୟାଟସମ୍ୟାନ ଭାବିଲେଣି, ଜାଡେଜା ଏବେ କ୍ରିଜ ଉପରକୁ ଚଢି ବ୍ୟାଟିଂ କରୁଛନ୍ତି। ବଲ୍‌କୁ ଭଲ ଭାବେ ଛାଡୁଛନ୍ତି, ଏଥିରେ ଆମ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି  ହୋଇଛି।

ତାଙ୍କର ଏହି ବୟାନକୁ ନେଇ ଯେବେ ସାମ୍ବାଦିକ ସମ୍ମିଳନୀରେ ଜାଡେଜାଙ୍କୁ ପ୍ରଶ୍ନ କରାଗଲା, ସେ କହିଛନ୍ତି ଯେବେ କେହି ରନ କରନ୍ତି  ସଭିଏଁ ତାଙ୍କୁ ବ୍ୟାଟସମ୍ୟାନ ଭାବନ୍ତି। କିନ୍ତୁ ମୋର ଉଦ୍ୟମ କ୍ରିଜରେ ଅଧିକ ସମୟ ବିତାଇବା ଉପରେ ରହିଥାଏ। ଭଲ କଥା ଜେମ୍ସ ଆଣ୍ଡରସନ ଜାଣି ପାରିଲେ ଯେ ୨୦୧୪ ପରେ ବ୍ୟାଟିଂ କରୁଛି। ଏହା ଜାଣି ମୁଁ ବହୁତ ଖୁସି ବୋଲି ଜାଡେଜା କହିଛନ୍ତି।

ରବୀନ୍ଦ୍ର ଜାଡେଜା ଏବଂ ଜେମ୍ସ ଆଣ୍ଡରସନ ମଧ୍ୟରେ ଲଢେଇ ଆଠ ବର୍ଷ ପୂରୁଣା। ୨୦୧୪ରେ ଏକ ଟେଷ୍ଟ ମ୍ୟାଚରେ ଉଭୟଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଆଣ୍ଡରସନ ରବୀନ୍ଦ୍ର  ଜାଡେଜାଙ୍କୁ ଧମକ ଦେଇଥିଲେ ଯେ, ସେ ଡ୍ରେସିଂ ରୁମ ଆସି ତାଙ୍କ ଦାଣ୍ଡ ଭାଙ୍ଗି ଦେବେ।

Related Articles

Back to top button
WP Twitter Auto Publish Powered By : XYZScripts.com