କ୍ରୀଡ଼ା

ଆହତ ଯୋଗୁଁ ଏସିଆ କପରୁ ବାଦ ପଡିଲେ ଜାଡେଜା

ଦୁବାଇ, ୦୨/୦୯/୨୦୨୨-  ଏସିଆ କପରେ ଭାରତୀୟ କ୍ରିକେଟ ଦଳ ଚମତ୍କାର ପ୍ରଦର୍ଶନ କରୁଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କ ରୂପେ ବଡ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି ଷ୍ଟାର ଅଲରାଉଣ୍ଡର ଜାଡେଜା । ତାଙ୍କ ଡାହଣ ଗୋଡ ଆଣ୍ଠୁରେ ଆଘାତ ଲାଗିବା ଯୋଗୁଁ ବର୍ତ୍ତମାନ ସେ ବିସିସିଆଇ ମେଡିକାଲ ଟିମଙ୍କ ଚିକିତ୍ସାରେ ରହିଛନ୍ତି । ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ସ୍ଥାନ ମିଳିଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com