ବିଜ୍ଞାନ ଓ ପ୍ରଯୁକ୍ତି

୪୦ କଳାକାରଙ୍କୁ ମାତ୍ ଦେଇ ବାଜି ମାରିଲେ ହୃଷିକେଶ

 ଭୁବନେଶ୍ୱର, ୧୧/୧୧/୨୦୨୨ –   କଂସ ହେବେ ହୃଷିକେଶ ଭୋଇ । ଏଭଳି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଦୀର୍ଘ ୨ ସପ୍ତାହ ଧରି କଳାକାର ଚୟନ ଏବଂ ଅଡିସନ ପ୍ରକ୍ରିୟା ମଧ୍ୟରେ ହୃଷିକେଶଙ୍କୁ ଶ୍ରେଷ୍ଠ ବୋଲି ମନୋନୀତ କରାଯାଇଛି । ଏଣୁ ଏଥର ବରଗଡର ୭୫ ତମ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ । ଏହି ଭୂମିକା ପାଇଁ ୫୬ଜଣ କଳାକାର ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ ଆଶାୟୀ ୪୧ ଜଣ କଳାକାରଙ୍କ ଅଡିସନ ନିଆ ଯାଇଥିଲା । ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ସମସ୍ତ କଳାକାରଙ୍କୁ ନିଜର ଡାଏଲଗ୍ ବିଶେଷକରି କଂସର ହସ ଅଟ୍ଟହାସ୍ୟ ପାଇଁ କୁହାଯାଇଥିଲା ।

ଚୟନ ପ୍ରକ୍ରିୟାରେ କଳାକାରଙ୍କର କଂସ ହସର ଅଟ୍ଟହାସ୍ୟ, ଏବଂ ଗମ୍ଭୀର ସଂଳାପରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଜଣକ ପରେ ଜଣେ ଆଶାୟୀ ମଂଚରେ ସଂକ୍ଷିପ୍ତ ଅଭିନୟ କରି କଂସ ଭୂମିକା ପାଇଁ ନିଜ ଦାବିଦାର ଜାହିର କରିଥିଲେ। ହେଲେ ଶେଷରେ ହୃଷୀକେଶ ବାଜି ମାରିଥିଲେ । ପରେ ଜିଲ୍ଲା ପ୍ରଶାସନ ହୃଷିକେଶଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ହୃଷିକେଶ ୨୦୦୯ ମସିହାରୁ ୨୦୧୭ ଯାଏ ସେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ବଳିଷ୍ଠ ଅଭିନୟ କରିଥିଲେ । ଏଥର ଅଭିନୟ କଲେ ଏହା ହେବ କଂସ ଭୂମିକାରେ ତାଙ୍କର ଦଶମ ବର୍ଷ । ଅମ୍ବାଭୋନା ବ୍ଲକ୍ ଚିଚୋଲି ଗାଁର ମୂଳ ନିବାସୀ ହୃଷୀକେଶ ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କରୁଛନ୍ତି । ନିଶା କିନ୍ତୁ ତାଙ୍କର ଅଭିନୟ ।

Related Articles

Back to top button
WP Twitter Auto Publish Powered By : XYZScripts.com