ଓଡ଼ିଶା

ଚାକିରିରୁ ବିଦା ହେଲେ IAS ବିନୋଦ କୁମାର

ଭୁବନେଶ୍ୱର() ଦୁର୍ନୀତି ଅଭିଯୋଗ ଆସିବା ପରେ ଚାକିରିରୁ ବିଦା ହୋଇଛନ୍ତି ରାଜ୍ୟର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ । ଓଡ଼ିଶା ଗ୍ରାମ୍ୟ ଓ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ବିନୋଦଙ୍କୁ ବରଖାସ୍ତ ନେଇ ରାଜ୍ୟ ସକକାର କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଥିଲେ । ଆଜି କେନ୍ଦ୍ର ସରକାର ଏହି ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଗତ ୧୯୯୯ ମହାବାତ୍ୟା ସମୟରେ ବିନୋଦ ବିଭିନ୍ନ ନକଲି ଫାର୍ମ ଓ ବ୍ୟକ୍ତିଙ୍କୁ ବେଆଇନ ଭାବେ ଅନୁଗ୍ରହ ପ୍ରଦାନ କରିଥିଲେ । ସେ ୩୩ କୋଟି ୩୪ ଲକ୍ଷ ଟଙ୍କାର ବେଆଇନ ଅର୍ଥ ମଞ୍ଜୁରୀ କରିବା ଫଳରେ ରାଜ୍ୟ ସରକାରଙ୍କର ବିପୁଳ କ୍ଷତି ହୋଇଥିଲା । ଏହି ମାମଲାରେ ରାଜ୍ୟ ସରକାର ତାଙ୍କ ବିରୋଧରେ ୨୭ଟି କେସ୍ ଦାୟର କରିଥିବା ବେଳେ ସେଥିମଧ୍ୟରୁ ସେ ଦୁଇଟିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । କିଛିଦିନ ତଳେ ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ଚାକିରିରୁ ଛଟେଇ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com