ଜାତୀୟ
ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ
![](https://i0.wp.com/odia.mobilenews24x7.com/wp-content/uploads/2022/09/bengaluru-urban-floods-rain-1-1024x682-1.jpg?resize=780%2C470&ssl=1)
ବେଙ୍ଗାଲୁରୁ ; ୫/୯ ଗତରାତିରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅତି ପ୍ରବଳ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହିପରିିକି କେତେକ ଅଞ୍ଚଳରେ ଥିବା ଘରମାନଙ୍କରେ ବନ୍ୟା ପାଣି ପସିଯାଇଛି । ସରକାରୀ କର୍ତ୍ତୃପକ୍ଷମାନେ ଜନସାଧାରଣଙ୍କ ଗମନାଗମନ ପାଇଁ କେତେକ ଅଞ୍ଚଳକୁ ଡଙ୍ଗା ପଠାଇଥିବା ନଜର ମଧ୍ୟ ଆସିଛି । ବିଶେଷ କରି ବେଲ୍ଲାଣ୍ଡୁର୍, ସାରଜାପୁରା, ହ୍ୱାଇଟ୍ଫିଲ୍ଡ , ଆଉଟର୍ ରିଙ୍ଗ୍ ରୋଡ୍ ଏବଂ ବିଇଏମ୍ଏଲ୍ ଲେଆଉଟ୍ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ମରାଠାହାଲ୍ଲୀର ସ୍ପାଇସ୍ ଗାର୍ଡେନ୍ ଅଞ୍ଚଳରେ ଦୁଇଚକିଆ ଯାନ ଭାସୁଥିବା ବେଳେ କେତେକ ସ୍ଥାନରେ ପାଣି ଜମି ରାସ୍ତା ଅବରୋଧ ହୋଇଯାଇଛି । ସେହିପରି ଆଉଟର୍ ରିଙ୍ଗ୍ ରୋଡ୍ଠାରେ ଟ୍ରାଫିକ୍ ସମସ୍ୟା ଯୋଗୁଁ ବେଙ୍ଗାଲୁରୁ ଉପକଣ୍ଠରେ ଅବସ୍ଥିତ ଟେକ୍ ପାର୍କସ୍କୁ ଯାତାୟାତ କରିବାରେ ଅସୁବିଧା ହେଉଛି ।