ଓଡ଼ିଶା

ନିଆଁରେ ପୋଡି ଦୁଇ ବଖରା ଭସ୍ମୀଭୂତ

ଗୋଳାମୁଣ୍ଡା, ୦୬/୦୯/୨୦୨୨-  କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଗଣ୍ଡାମେର ଗ୍ରାମରେ ବିଳମ୍ବିତ ରାତ୍ରିରେ ରଜନୀ ମସରାଙ୍କ ଘରେ ନିଆଁ ଲାଗିବାରୁ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ରାତିରେ ଶୋଇଥିବାବେଳେ ପରିବାର ଲୋକେ ନିଆଁ ସମ୍ପର୍କରେ ଜାଣି ପାରିଲେ ନାହିଁ ।  ମଟର ସାଇକେଲ ଗାଡିର ଟାୟାର ଶବ୍ଦଶୁଣି ପରିବାର ଲୋକେ ଭୟରେ ଉଠିପଡି ଦେଖିଲା ବେଳେକୁ ତାଙ୍କ ଘର ଜଳିଯାଉଛି ।

ରଜନୀଙ୍କ ସୂଚନା ମତେ ତାଙ୍କର ଦୁଇଟି ଘର ଅଛି ଗୋଟିଏ ଘରେ ପରିବାର ରହୁଥିବା ବେଳେ ଅନ୍ୟ ଘରେ ଯାବତୀୟ ସାମଗ୍ରୀ ରହୁଥିବା କହିଛନ୍ତି । ନିଆଁ କେମିତି ଲାଗିଲା ଏ ନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ରଖି ନ ଥିଲେ । ଏ ଦୁର୍ଘଟଣାରେ ଚାରୋଟି ସାଇକେଲ, ଗୋଟିଏ ମଟର ସାଇକେଲ, ଏକ ବର୍ଷର ଖାଦ୍ୟପେୟ ସହ ଟଙ୍କା ଓ ସୁନାରୁପା ପୋଡି ପାଉଁଶ ହୋଇଯାଇଛି । ତାଙ୍କର ପରିବାରଙ୍କ କହିବାନୁଯାୟୀ ଦଶ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ଜିଲ୍ଲା ପ୍ରଶାସନ ତଦନ୍ତ କରି ଆର୍ଥିକ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com