ଜାତୀୟ

ରଣବୀର- ଆଲିଆଙ୍କୁ ଉଜ୍ଜୟିନୀ ମହାକାଳେଶ୍ୱର ମନ୍ଦିରରେ ବିରୋଧ

ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ ଥିବା ମହାକାଳୀ ମନ୍ଦିରରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ବିରୋଧ । ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ବଜରଙ୍ଗ ଦଳ କର୍ମୀମାନେ ତାଙ୍କୁ ବାଧା ଦେଇଥିଲେ । ହିନ୍ଦୁ ବିରୋଧୀ ଆଲିଆ ଓ ଗୋ ମାଂସ ଭକ୍ଷରକାରୀ ରଣବୀରଙ୍କ ଦ୍ୱାରା ମହାକାଳ ମନ୍ଦିରର ପବିତ୍ରତା ନଷ୍ଟ ହେବାକୁ ଦେବେ ନାହିଁ ବୋଲି କହିଥିଲେ । ପୋଲିସ ବିରୋଧ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କ ଉପରକୁ ଲାଠି ମାଡ଼ କରିବା ସହ ରଣବୀର ଓ ଆଲିଆଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ ।ବିରୋଧ ଓ ବିଶୃଙ୍ଖଳା ଯୋଗୁ ଦର୍ଶନ ନକରି ଫେରିଯାଇଥିଲେ ରଣବୀର କପୁର ଓ ଆଲିଆ ଭଟ୍ଟ । ପୂର୍ବରୁ ରଣବୀର ଗୋମାତା ବିରୋଧୀ ମନ୍ତବ୍ୟ ହୋଇଥିଲେ । କହିଥିଲେ, ଗୋମାଂସ ଖାଇବା କୁଆଡେ ଭଲ । ସେ ଗୋମାଂସ ଖାଇବାକୁ ଭଲ ପାଆନ୍ତି । ରଣବୀର ଓ ଆଲିଆଙ୍କ ନୂଆ ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ୍ ହେବାକୁ ଯାଉଛି । ରିଲିଜ୍ ପୂର୍ବରୁ ମହାକାଳଙ୍କ ଦର୍ଶନ କରିବାକୁ ଯାଇଥିଲେ । ହେଲେ ସେମାନେ ଦର୍ଶନ କରିପାରିନଥିଲେ । ଫିଲ୍ମର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଦର୍ଶନ କରିଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com