Breaking NewsFeaturedଓଡ଼ିଶା

ଭୁବନେଶ୍ବରର ଡିସିପି ଭାବରେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଭୁବନେଶ୍ୱର: ଭୁବନେଶ୍ବରର ନୂଆ ଡିସିପି ଭାବେ ଦାୟିତ୍ବ ନେଇଛନ୍ତି ଜଗମୋହନ ମୀନା। କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ସେ ଆଜି ବିଧିବଦ୍ଧ ଭାବରେ ଦାୟିତ୍ବ ନେଇଛନ୍ତି । ଆଗାମୀ ଦିନରେ ରାଜଧାନୀର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ୍‌ ସମସ୍ୟା, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଆଦି ପ୍ରସଙ୍ଗ ନୂଆ ଡିସିପିଙ୍କ ପାଇଁ ବଡ଼ ଆହ୍ବାନ ହେବ । ରାଜଧାନୀରେ ଭିଭିଆଇପି ସୁରକ୍ଷା ଓ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଆଦିକୁ ସମ୍ଭାଳିବା ମଧ୍ୟ ନୂଆ ଡିସିପିଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିବ ।

ଗତ କିଛିଦିନ ତଳେ ଆଇପିଏସ୍ ସ୍ତରରେ ବଡଧରରଣର ଅଦଳବଦଳ ହୋଇଛି । ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବରେ ନିଯୁକ୍ତ କରାଯାଇଥିବାବେଳେ କଟକ ଡିସିପି ଭାବେ ଖିଲାରି ରିଷିକେଶଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ବଲାଙ୍ଗୀର ଏସପି ଥିବା କେଆର ଧ୍ୟାନଦେବଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଛି । ଭୁବନେଶ୍ବର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ୍ ଡିଆଇଜି ଦାୟିତ୍ବ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com