ଓଡ଼ିଶା

ଲିଙ୍ଗରାଜଙ୍କ ଜମି ହଡ଼ପ ମାମଲାରେ ବିଜେଡିକୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ବର() ପ୍ରଭୁ ଲିଙ୍ଗରାଜଙ୍କ ଜମି ହଡ଼ପକୁ ନେଇ ବଢୁଛି ଅସନ୍ତୋଷ । ଜମି ହଡପ ବିରୋଧରେ ବିଜେପି ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଦଳ ପକ୍ଷରୁ ଲିଙ୍ଗରାଜଙ୍କ ଜମି ବିକ୍ରିକୁ ଆଜି ଜୋରଦାର ବିରୋଧ କରାଯାଇଛି । ଘଟଣାସ୍ଥଳକୁ ଯାଇ ବିବାଦୀୟ ଜମିରେ ଲିଙ୍ଗରାଜଙ୍କ ଫଟୋ ଲଗାଇବା ସହ ମନ୍ଦିର ବାନା ପୋତିଛନ୍ତି ବିଜେପି କର୍ମୀ । ଏହାସହ ନିର୍ମାଣ କାର୍ଯ୍ୟ ପାଇଁ ଖୋଳା ଯାଇଥିବା ଗାତଗୁଡିକୁ ବିଜେପି କର୍ମୀ ମାଟିପକାଇ ପୋତି ଦେବା ସହ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି । ରାଜ୍ୟ ସରକାରଙ୍କ ଗୋଚରରେ ଲିଙ୍ଗରାଜଙ୍କ ଜମିକୁ ବିକ୍ରି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହ ଲିଙ୍ଗରାଜଙ୍କ ଜମିରୁ ଇଞ୍ଚେ ହେଲେ ଜମି କାହାକୁ ଦିଆଯିବ ନାହିଁ ବୋଲି କହିଛି ବିଜେପି ।

ଏହାପରେ  ଲିଙ୍ଗରାଜ ଜମି କିଣିବା ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, ହଡପ କରିବା ପଛରେ କିଏ ଅଛି, ତା’ର ଖୋଳତାଡ ହେବା ଜରୁରୀ। ଏଠି ଓଡ଼ିଶାର ଆତ୍ମାକୁ ବିକିବାକୁ ଚେଷ୍ଟା କରାଯାଉଛି।।ଓଡିଶାବାସୀଙ୍କ ସହ ବିଶ୍ବାସଘାତକତା ହୋଇଛି। ଏଥିରେ ପ୍ରଶାସନିକ ଅଧିକାରୀ ବି ସମ୍ପୃକ୍ତ ଅଛନ୍ତି।

ଅନ୍ୟପକ୍ଷରେ ଲିଙ୍ଗରାଜ ଜମି ବିକ୍ରି ପ୍ରସଙ୍ଗରେ ବିଜେପି ପକ୍ଷରୁ କରାଯାଉଥିବା ପ୍ରତିବାଦକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ବିଧାୟକ ତଥା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଗଣମାଧ୍ୟମରୁ ଦେଖି ମୁଁ ଏ ବିଷୟରେ ଜାଣିବାକୁ ପାଇଛି । ଭୁବନେଶ୍ବର ତହସିଲଦାର ଓ ଏୟାରପୋର୍ଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କରିଛନ୍ତି, ଏଥିରେ କାହାର କିଛି କରିବାର ନାହିଁ।  ସରକାର କେଉଁଠି ଏଥିରେ ଚଞ୍ଚକତା କଲେ?  ସରକାର ନ ଚାହୁଁଥିଲେ କାମ ବନ୍ଦ ହୋଇଥାନ୍ତା କି? ଆଗକୁ ପୌର ନିର୍ବାଚନ ଅଛି। ସେଥିପାଇଁ ବୋଧ ହୁଏ ବିଜେପି ଏପରି କରୁଛି  ବୋଲି ସେ ମତ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com