Featuredଜାତୀୟ

ମୋଦିଙ୍କୁ ମିଳିପାରେ ନୋବେଲ୍‌ ଶାନ୍ତି

ୟୁରୋପରେ ଋଷ-ୟୁକ୍ରେନ ଯୁଦ୍ଧ ରୋକିବା ପାଇଁ ଭାରତର ଉଦ୍ୟମକୁ ନୋବେଲ ପୁରସ୍କାର କମିଟି ପକ୍ଷରୁ ଭୁରି ଭୁରି ପ୍ରଶଂସା କରାଯାଇଛି । ନୋବେଲ କମିଟିର ଡେପୁଟି ନେତା ଅସଲ ତାଜେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେପରି ଋଷ୍‌ର ରାଷ୍ଟ୍ରପତି ଯୁଦ୍ଧର ଭୟାବହତା ସମ୍ପର୍କରେ ବୁଝାଇଛନ୍ତି ତାହା ପ୍ରଶଂସନୀୟ । କୌଣସି ପ୍ରକାର ଧମକ ନଦେଇ ଆଣବିକ ଯୁଦ୍ଧର ପରିଣାମ ବିଷୟରେ ବିଶ୍ୱକୁ ତଥା ଯୁଦ୍ଧତ୍ରସ୍ତ ଦେଶକୁ ବଡ଼ ବାର୍ତ୍ତା ଦେଇଛନ୍ତି । ଅନ୍ତର୍ଜାତୀୟ ରାଜନୀତିରେ ତାଙ୍କ ଭଳି ଅଧିକରୁ ଅଧିକ ନେତାଙ୍କ ଆବଶ୍ୟକତା ରହିଛି ।

ନୋବେଲ କମିଟି ନେତା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିବା ବେଳେ କହିଛନ୍ତି, ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ପ୍ରମୁଖ ଦାବିଦାର । ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଦି ରେସରେ ସବୁଠୁ ଆଗରେ ରହିଛନ୍ତି ।

ମୋଦିଙ୍କ ପରି ଜଣେ ଶକ୍ତିଶାଳୀ ନେତା ଶାନ୍ତି ବଜାୟ ରଖିବାର କ୍ଷମତା ରଖିଛନ୍ତି। ସେ ଏକ ଶକ୍ତିଶାଳୀ ଦେଶରୁ ଆସିଛନ୍ତି ଏବଂ ତାଙ୍କୁ ବେଶ୍ ଗମ୍ଭୀରତାର ସହ ନିଆଯାଉଛି। ଭାରତର ବଡ଼ ଓ ପ୍ରଭାବଶାଳୀ ନେତା ଭାବେ ମୋଦିଙ୍କ ସାରା ବିଶ୍ୱରେ ପରିଚୟ ବି ରହିଛି । ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ କରାଗଲେ, ଏହା ଏକ ଐତିହାସିକ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି । ଏଥିପାଇଁ ନରୱେରୁ ନୋବେଲ ପୁରସ୍କାର କମିଟିର ଏକ ଟିମ୍ ଭାରତ ଆସିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com