ଓଡ଼ିଶା

ହବିଷ୍ୟାଳି ମାନେ ଆଜିଠାରୁ କରିପାରିବେ ପଞ୍ଜିକରଣ

ପୁରୀ ;  ୧୩।୦୯ କାର୍ତ୍ତିକ ମାସରେ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ  । ଚଳିତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ହଜାରରୁ ଉର୍ଦ୍ଧ୍ଵ ହବିଷ୍ୟାଳିଙ୍କୁ ବ୍ରତ ପାଳନର ସୁଯୋଗ ମିଳିବ । ଏଥିପାଇଁ ବୃନ୍ଦାବତୀ ନିବାସ ସହ ଅନ୍ୟ ତିନୋଟି ସ୍ଥାନରେ ହବିଷ୍ୟାଳି ଶିବିରରେ ଚାଲିଛି ପ୍ରସ୍ତୁତି । ଏମାନଙ୍କ ପାଇଁ ମାଗଣା ରହଣି ସହ ମହାପ୍ରସାଦ ସେବନ, ପୂଜାନୀତି, ଗମନାଗମନ ଓ ସ୍ବାସ୍ଥ୍ୟସେବାର ସମସ୍ତ ବ୍ୟବସ୍ଥା କରିଛି ପ୍ରଶାସନ । ଅକ୍ଟୋବର ୧୦ରୁ ଆରମ୍ଭ ହେଉଛି ମହାକାର୍ତ୍ତିକ ବ୍ରତ । ଦୁଇ ବର୍ଷ ପରେ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳିଙ୍କ ସମାଗମ ହେବ। ହବିଷ୍ୟାଳି ଯୋଜନା ପାଇଁ ରାଜ୍ୟ ବ୍ୟାପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଠାରୁ ଆରମ୍ଭ ହେବ ମାଗଣା ପଞ୍ଜିକରଣ । ଯେକୌଣସି ହବିଷ୍ୟାଳି ଏହି ଯୋଜନାରେ ସାମିଲ ହୋଇ ବ୍ରତ ପାଳନର ସମସ୍ତ ସୁବିଧା ପାଇ ପାରିବେ । ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ କରିବା ସହ ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ହ୍ବାଟ୍ସଆପ ନମ୍ବର ୯୪୩୭୦୮୦୬୩୨ରେ କଲ୍ କରି ପଞ୍ଜିକରଣ ବି କରିପାରିବେ ହବିଷ୍ୟାଳି । ପୂର୍ବରୁ ଅସ୍ଥାୟୀ ଶିବିରରେ ରହି ବ୍ରତ ପାଳନ କରୁଥିଲେ ହବିଷ୍ୟାଳି । ଚଳିତ ବର୍ଷ ସେମାନଙ୍କ ପାଇଁ ସରକାର ନିର୍ମାଣ କରିଛନ୍ତି ସ୍ଥାୟୀ ଶିବିର।

Related Articles

Back to top button
WP Twitter Auto Publish Powered By : XYZScripts.com