ଅନ୍ତର୍ଜାତୀୟ

ଏସସିଓ ସମ୍ମିଳନୀ ଉପରେ ବିଶ୍ବବାସୀଙ୍କ ନଜର

ନୂଆଦିଲ୍ଲୀ ; ୧୩/୯ ଭାରତ ଓ ଚୀନ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଉଜବେକିସ୍ତାନରେ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ର ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଉଜବେକିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତ ମନୀଷ ପ୍ରଭାତ କହିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ଓ ଭାରତ-ଚୀନ ତିକ୍ତତା ଯୋଗୁଁ ଏହି ଏସସିଓ ସମ୍ମିଳନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏହି ଆଲୋଚନାଚକ୍ରର ଫଳାଫଳ ଉପରେ ବିଶ୍ବର ନଜର ରହିଛି । ଏହି ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୫ ତାରିଖରେ ଉଜବେକିସ୍ତାନରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଓ ଋଷର ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିପାରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ ଏହା ଏକ ବହୁରାଷ୍ଟ୍ରୀୟ ମଞ୍ଚ ଓ ୨ଟି ଦେଶର ପାରସ୍ପରିକ ପ୍ରସଙ୍ଗ ଏହି ମଞ୍ଚରେ ଜଡିତ ନୁହେଁ ।

Related Articles

Back to top button
WP Twitter Auto Publish Powered By : XYZScripts.com