ଓଡ଼ିଶା

ରାଜଧାନୀରୁ ଉଦ୍ଧାର ହେଲା ଆହତ ହରିଣ, ଚିକିତ୍ସା ପାଇଁ ବନ ବିଭାଗକୁ ହସ୍ତାନ୍ତର କଲା ପୋଲିସ୍‌

ଭୁବନେଶ୍ୱର() ରାଜଧାନୀରୁ ଉଦ୍ଧାର ହେଲା ହରିଣ। ଭରତପୁର ଜଙ୍ଗଲରୁ ଆସି ରେଳ ବିହାର ଅଞ୍ଚଳରେ ହୋଇଥିଲା ଆହତ।ଉଦ୍ଧାର କଲେ ସ୍ଥାନୀୟ ସ୍ବେଚ୍ଛାସେବୀ ଏବଂ ପିସିଆର କର୍ମଚାରୀ। ଭରତପୁର ଜଙ୍ଗଲରୁ ପାଣି ଅନ୍ୱେଷଣରେ ପାଚେରୀ ଡେଇଁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ରେଳ ବିହାର ମୁଖ୍ୟ ଫାଟକ ସମ୍ମୁଖରେ ଏକ ବଡ଼ ହରିଣ ଆସି ଆହତ ହୋଇଥିଲା। ହରିଣର ଆଗ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ମୁହଁ, ଗୋଡ଼ ଏବଂ ପିଠିରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ସେଠାରେ ଥିବା ଆର୍ପିଏଫ ସିକ୍ୟୁରିଟି ସ୍ବେଚ୍ଛାସେବୀ ଏବଂ ୨୦ ନମ୍ବର ପିସିଆର କର୍ମଚାରୀମାନେ ହରିଣର ପ୍ରାଥମିକ ଚିକିତ୍ସା କରିବା ସହ ବନ ବିଭାଗ କର୍ମଚାରୀଙ୍କୁ ଡାକି ଅଧିକ ଚିକିତ୍ସା ପାଇଁ ଆହତ ହରିଣକୁ ହସ୍ତାନ୍ତର କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com