ଜାତୀୟ
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଦୀର୍ଘ ୨୦ ମାସ ହେବ କୌଣସି ପରିବର୍ତ୍ତନ ହୋଇନାହିଁ

ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଦୀର୍ଘ ୨୦ ମାସ ହେବ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ବର୍ତ୍ତମାନ ଯେଉଁ ରିପୋର୍ଟ ଆସି ପହଁଚିଛି ସେଥିରୁ ଲାଗୁଛି ଯେ ତୈଳ ଦର ଖୁବ ଶିଘ୍ର କମିବ ।
ଇଟି ନାଓର ରିପୋର୍ଟ ଅନୁଯାୟୀ, ସରକାର ୨୦୨୪ର ଲୋକସଭା ନିର୍ବାଚନ ପୂର୍ବରୁ ବିଶ୍ୱସ୍ତରୀୟ ଅଶୋଧିତ ତୈଳ ମୂଲ୍ୟକୁ ଗ୍ରାହକମାନଙ୍କ ପାଇଁ କମ କରିବା ନେଇ ଆଲୋଚନା କରିଛନ୍ତି । ୨୦୨୨ରେ ପେଟ୍ରୋଲ ଉପରେ ଲିଟର ପିଛା ୧୭ ଟଙ୍କା ଏବଂ ଡିଜେଲ ଉପରେ ୩୫ ଟଙ୍କା କ୍ଷତି ସତ୍ତ୍ୱେ ଏବେ ଓଏମସି ପେଟ୍ରୋଲ ଉପରେ ଲିଟର ପିଛା ୮ ରୁ ୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩ ରୁ ୪ ଟଙ୍କା ପ୍ରଫିଟ କରୁଛନ୍ତି ।