ଅନ୍ୟାନ୍ୟ

ରାଜଧାନୀରେ ବୁଲୁଛି ବାର୍‌ହା

ଭୁବନେଶ୍ୱର, ୦୯/୦୨/୨୦୨୩ –   ରାଜଧାନୀରେ ବୁଲୁଛି ବାର୍‌ହା । ଗୁରୁବାର ଦିନ ପ୍ରାୟ ୧୧. ୩୦ ସମୟରେ ଭୁବନେଶ୍ୱର ଉପକଣ୍ଠ ଘାଟିକିଆ ଗ୍ରାମର ୨୩ ନମ୍ବର ଓ୍ବାର୍ଡ଼ରେ ଏକ ବାର୍‌ହା ଦେଖିବାକୁ ମିଳିଥିଲା । ହଠାତ୍ ଗ୍ରାମ ମଝିରେ ବାର୍‌ହାକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ ।

ଏଣେ ବାର୍‌ହାଟି ଗ୍ରାମ ମଧ୍ୟରେ ଲୋକଙ୍କୁ ଦେଖି ଇତସ୍ତତଃ ହୋଇ ଦୌଡ଼ିଥିଲା । ନିକଟରେ ଚନ୍ଦକା ଜଙ୍ଗଲ ରହିଥିବାରୁ ସେଠାରୁ ବାରହାଟି ଚାଲି ଆସିଥିବା କୁହାଯାଉଛି । ତେବେ କିଛି ଅଘଟଣ ଘଟିବା ପୂର୍ବରୁ ବାରାହାଟିକୁ ସୁରକ୍ଷିତ ଉଦ୍ଧାର କରିବାପାଇଁ ବନ ବିଭାଗକୁ ଖବର ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com