Featuredଜାତୀୟରାଜନୀତି

କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୧୨୪ ଜଣିଆ ତାଲିକା

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରବ୍ଦ ହେବା ପରେ ବର୍ତ୍ତମାନ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିବା ପାଇଁ ରହିଛି ଲକ୍ଷ୍ୟ ରଖିଛି କଂଗ୍ରେସ । ତେଣୁ ଆଜି ସକାଳୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ୧୨୪ ଆଶାବାଦୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି ।

ଦକ୍ଷିଣ ଭାରତୀୟ ରାଜ୍ୟରେ ୨୨୪ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରଥମ ତାଲିକାରେ ୧୨୪ ଆଶାବାଦୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଝିଅ ପ୍ରିୟଙ୍କାଙ୍କୁ ମଧ୍ୟ ଟିକେଟ ମିଳିଛି । ସେ ଚେତାପୁର ନିର୍ବାଚନ ପାଇଁ ମଇଦାନରେ ପାଦ ଥାପିବେ ।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବରୁଣା ଆସନରୁ ସିଦ୍ଦରମୈୟା, କନକପୁରାରୁ ଶିବକୁମାର ଲଢିବେ । ଏହା ବ୍ୟତୀତ ଅନ୍ୟ ବଡ ଚେହାରା ମଧ୍ୟରେ ଏମବି ପାଟିଲ ବବଲେଶ୍ୱରରୁ ଦିନେଶ ଗୁଜୁରାୱା ଗାନ୍ଧୀନଗରରୁ ସାମିଲ ଅଛନ୍ତି । ଅନ୍ୟପଟେ ବିଜେପି ଦଳ ପ୍ରତ୍ୟାହାର କରି କଂଗ୍ରେସରେ ସାମିଲ ହୋଇଥିବା ଏମଏଲସିଙ୍କୁ କଂଗ୍ରେସ ରାଜାଜୀନଗର ତରଫରୁ ଲଢିବେ । ପୂର୍ବ କେନ୍ଦ୍ରମନ୍ତ୍ରୀ କେଏଚ ମୂନିୟପ୍ପାଙ୍କୁ ଦେବନହଲ୍ଲୀରୁ ଟିକେଟ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com