ଓଡ଼ିଶା

୪୭ତମ ରୁଚି ପ୍ରତିଷ୍ଠା ଦିବସ, ସମ୍ମାନିତ ହେଲେ ରାହୁଲଙ୍କ ଉଦ୍ଧାରରେ ସାମିଲ NDRF ଯବାନ

କଟକ: କଟକ ଖପୁରିଆରେ ଥିବା ରୁଚି ସ୍ପାଇସେସ୍ କାରଖାନା ପରିସରରେ ୪୭ତମ ରୁଚି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ କଟକ ଡିସିପି ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଡିସିପି ପିନାକ ମିଶ୍ରଙ୍କ ସମେତ ଏନଡିଆରଏଫ୍ ଯବାନମାନଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ।

ଏନଡିଆରଏଫର ଯେଉଁ ଯବାନମାନେ ଛତିଶଗଡରେ ବୋରଓ୍ବେଲରେ ଫସିଥିବା ରାହୁଲଙ୍କୁ ଉଦ୍ଧାର କରିଥିଲେ ସେହି ଯବାନମାନଙ୍କୁ ରୁଚି କମ୍ପାନୀ ତରଫରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ରୁଚିର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଇନଭେଷ୍ଟମେଣ୍ଟ କନକ୍ଲେଭ୍ ଓଡିଶାର ଶିଳ୍ପାନୁଷ୍ଠାନଗୁଡିକ ବିପୁଳ ଫାଇଦା ପହଞ୍ଚାଇଛି ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com