Featuredଜାତୀୟ

ତୀବ୍ର ହେଉଛି ଚଣ୍ଡିଗଡ MMS ବିବାଦ ,ତଦନ୍ତ କରିବ ଏସଆଇଟି

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ଏମଏମସ ଲିକ୍ ଘଟଣାର ତଦନ୍ତ କରିବ ଏସଆଇଟି । ତିନି ଜଣିଆ ଟିମ୍ ଏହି ମାମଲାର ତଦନ୍ତ କରିବେ । ଟିମରେ କେବଳ ମହିଳା ଅଧିକାରୀ ରହିଛନ୍ତି । ବରିଷ୍ଠ ଆଇପିଏସ୍ ଅଧିକାରୀ ଗୁରପ୍ରୀତ କୌର ଦେଓଙ୍କ ନେତୃତ୍ୱରେ ଏହି ଏସଆଇଟି ଗଠନ ହୋଇଛି । ସେପଟେ ଏହି ଘଟଣାରେ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି । ୭ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।କୋର୍ଟ ରୁମରେ ଅଭିଯୁକ୍ତ ଛାତ୍ରୀଙ୍କ ବୟ ଫ୍ରେଣ୍ଡ ସନ୍ନି ମେହେଟାଙ୍କୁ ହାଜର କରିଥିଲା ପୋଲିସ । ଏହି ସମୟରେ ପୋଲିସ ସହିତ ଯୁକ୍ତିତର୍କ କରୁଥିଲେ ସନ୍ନି । ଏଥିରେ ବିଚାରପତି ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଭିଯୁକ୍ତ ଛାତ୍ରୀ ହଷ୍ଟେଲରେ କେଉଁ ଉଦ୍ଦେଶ୍ୟରେ ଅନ୍ୟ ଛାତ୍ରୀଙ୍କ ବାଥରୁମ ଭିତରର ଭିଡିଓ ସୁଟିଂ କରୁଥିଲେ । ଏବଂ କେଉଁ କ୍ୟାମେରାରେ ରେକର୍ଡିଂ କରୁଥିଲେ, ତାର ତନାଘନା କରାଯାଉଛି ।ଅନ୍ୟପ‌କ୍ଷେ ଏହି ମାମଲାରେ ୩ ଜଣ ଗିରଫ ହୋଇଛନ୍ତି ଏବଂ ୨ ଜଣ ହଷ୍ଟେଲ ୱାର୍ଡେନ୍‌ ନିଲମ୍ବିତ ହୋଇଛନ୍ତି । ଏକ ଇଲେକ୍ଟ୍ରୋନିକ ଡିଭାଇସ୍‌ ଜବତ ହୋଇଛି ଏବଂ ଏହାର ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି । ଇତି ମଧ୍ୟରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟରେ କ୍ଲାସ୍‌ ନିଲମ୍ବିତ ହୋଇଛି । ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟରେ କ୍ଲାସ୍‌ ବାତିଲ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com