ବିଜ୍ଞାନ ଓ ପ୍ରଯୁକ୍ତି

କାନାଡାରେ ହେଟ୍ କ୍ରାଇମ ଏବଂ ଭାରତ ବିରୋଧୀ ଗତିବିଧି ଘଟଣାରେ ଆଡଭାଇଜରୀ ଜାରି କଲେ ଭାରତ ସରକାର

ନୂଆଦିଲ୍ଲୀ, ୨୩/୦୯/୨୦୨୨-  କାନାଡାରେ ହେଟ୍ କ୍ରାଇମ ଏବଂ ଭାରତ ବିରୋଧୀ ଗତିବିଧିର ଘଟଣା ଦ୍ରୁତଗତିରେ ବଢ଼ୁଥିବାରୁ  ସେଠାରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଏବଂ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଏ ନେଇ ଟ୍ୱିଟ୍ କରି କହିଛନ୍ତି, କାନାଡାରେ ହେଟ୍ କ୍ରାଇମ, ଭାରତ ବିରୋଧୀ ଗତିବିଧିର ଘଟଣା ଦ୍ରୁତଗତିରେ ଏହା ବଢିବାରେ ଲାଗିଛି ।

ବିଦେଶ ମନ୍ତ୍ରାଳୟ ଏବଂ କାନାଡାରେ ଥିବା ବାଣିଜ୍ୟିକ ଦୂତାବାସକୁ ଏହି ଅପରାଧର ଯାଞ୍ଚ କରିବା ସହ ଉଚିତ ପଦକ୍ଷେପ ନେବାକୁ କୁହାଯାଇଛି । ଏହିଭଳି ଅପରାଧୀଙ୍କୁ କାନାଡାରେ କୋର୍ଟକୁ ନିଆଯାଇ ନାହିଁ । ଆଡଭାଇଜରୀ ଅନୁସାରେ, ଅପରାଧିକ ଗତିବିଧିକୁ କାନାଡାରେ ଥିବା ଭାରତୀୟମାନେ ଓଟାବାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ, ଟରାଣ୍ଟୋ କିମ୍ବା ଭାଙ୍କୋଭରରେ ଥିବା ଭାରତୀୟ ମହାବାଣିଜ୍ୟିକ ଦୂତାବାସ ସହ ସମ୍ପର୍କରେ ରୁହନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ସହାୟତା ପାଇଁ  madad.gov.in ରେ ପଞ୍ଜୀକରଣ କରନ୍ତୁ । ଏହା କରିବା ଦ୍ୱାରା କୌଣସି ବି ପରିସ୍ଥିତିରେ ସାହାଯ୍ୟ ଯୋଗାଇ ଦିଆଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com