Featuredଜାତୀୟ

ଜାମ୍ମୁକାଶ୍ମୀର କୁଫୱାଡାରେ ୨ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀରରେ ସୁରକ୍ଷାବଳଙ୍କୁ ବଡ ସଫଳତା ମିଳିଛି । ଭାରତୀୟ ସେନା ଏବଂ ସ୍ଥାନୀୟ ପୋଲିସ ନିୟନ୍ତ୍ରଣ ରେଖା ନିକଟରେ ୨ ଆତଙ୍କୀଙ୍କୁ ମାରିଦେଇଛନ୍ତି । ଏମାନଙ୍କ ପାଖରୁ ୨ଟି ଏକେ-୪୭ ରାଇଫଲ, ଦୁଇଟି ପିସ୍ତଲ ଏବଂ ୪ଟି ହ୍ୟାଣ୍ଡ ଗ୍ରେନେଡ ଜବତ କରିଛି ।  କୁଫୱାଡା ନିକଟ ନିୟନ୍ତ୍ରଣ ରେଖାର ମାଛିଲ ଅଞ୍ଚଳରେ ଏହି ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁଇ ଜଣଙ୍କର ପରିଚୟ ମିଳିପାରିନାହିଁ । ଏହି ଆତଙ୍କବାଦୀ ସୀମାରେ ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com