ଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତିଶିକ୍ଷା

ବ୍ଲକ୍ ସ୍ତରୀୟ ବିଜ୍ଞାନମେଳାରେ ରାଜଗଡ଼ ପ୍ରାଥମିକ ବିଦ୍ୟାଳୟ ପ୍ରଥମ

ମହାକାଳପଡ଼ା, ୦୫/୧୨/୨୦୨୨-    କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଧନିଆପଡ଼ାସ୍ଥିତ ବଜ୍ର ମହାକାଳୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଆୟୋଜିତ ହୋଇଯାଇଛି ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା । ଗଣିତ, ବିଜ୍ଞାନ ଏବଂ ପରିବେଶ ଉପରେ ଆଧାରିତ ଏହି ବିଜ୍ଞାନ ମେଳାର କନିଷ୍ଠ ବର୍ଗରେ ରାଜଗଡ଼ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି । ବିଦ୍ୟାଳୟ ପାଇଁ ଏହି ସଫଳତା ଆଣିଛନ୍ତି ୫ମ ଶ୍ରେଣୀର ଛାତ୍ର ପରମାନନ୍ଦ ସାହୁ ଏବଂ ଛାତ୍ରୀ ଶୁଭ ଦର୍ଶିନୀ ସ୍ୱାଇଁ ।

ଶକ୍ତି ଉପରେ ଆଧାରିତ ଏକ ପ୍ରକଳ୍ପକୁ ଏହି ମେଳାରେ ପ୍ରଦର୍ଶିତ କରିବା ସହିତ ଉକ୍ତ ପ୍ରକଳ୍ପର ବ୍ୟବହାର ଓ ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଯାହା ବିଚାରକ ମଣ୍ଡଳୀଙ୍କୁ ଖୁବ୍ ପସନ୍ଦ ଆସିଥିଲା ଏବଂ ଉକ୍ତ ୨ ଛାତ୍ର ଛାତ୍ରୀଙ୍କ ପ୍ରକଳ୍ପକୁ ପ୍ରଥମ ଘୋଷଣା କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ । କୃତି ଛାତ୍ରଛାତ୍ରୀ ଦୁଇଜଣଙ୍କୁ ବିଦ୍ୟାଳୟ ଏବଂ ଶୁଭେଛୁ ମାନଙ୍କ ତରଫରୁ ପ୍ରଶଂସାର ସୁଅ ଛୁଟିଛି । ବିଦ୍ୟାଳୟ ତରଫରୁ ଶିକ୍ଷୟିତ୍ରୀ ଅନୁପମା ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିଲାମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେହିପରି ଉଭୟ ବ୍ଲକ ଏବଂ ରାଜଗଡ଼ ବିଦ୍ୟାଳୟ କ୍ଲଷ୍ଟର ତରଫରୁ CRCC ଅଚ୍ୟୁତାନନ୍ଦ ପୃଷ୍ଟିଙ୍କର ପ୍ରମୁଖ ଭୂମିକା ରହିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com