ଜାତୀୟ

ଏକ ପ୍ରେମ କାହାଣୀ: ଭାରତୀୟ ଯୁବକଙ୍କ ବିବାହ କଲେ ବ୍ରିଟେନର ମହିଳା ଅଫିସର, ଟ୍ୱିଟରରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ() ପ୍ରେମ ମାନେନା ସୀମା ସରହଦ । ନିଜର ମନ ପସନ୍ଦର ସାଥୀ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ଏହିପରି ଏକ ମାମଲା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଏଠାରେ ଭାରତରେ ରହୁଥିବା ଜଣେ ବ୍ରିଟେନ ମହିଳା ଅଧିକାରୀ ଜଣେ ଭାରତୀୟ ଯୁବକଙ୍କ ସହ ପ୍ରେମ ହୋଇଥିଲା। ଏବେ ଦୁଁହେ ବିବାହ କରିଛନ୍ତି । ବ୍ରିଟେନର ମହିଳା ଅଧିକାରୀ ନିଜ ବିବାହର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଦିଲ୍ଲୀରେ କାମ କରୁଥିବା ବ୍ରିଟେନର ଡେପୁଟୀ କମିଶନର ରିଆନନ ହାରିସ ଭାରତୀୟ ଯୁବକ ହିମାଂଶୁ ପାଣ୍ଡେଙ୍କୁ ବିବାହ କରିଛନ୍ତି। ହିମାଂଶୁ ଜଣେ ଫିଲ୍ମ ନିର୍ମାତା । ଅନେକ ଚ୍ୟାନେଲ ପାଇଁ ସେ ବୃତ୍ତଚିତ୍ର ନିର୍ମାଣ କରିସାରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କିଛି ବର୍ଷ ପୂର୍ବେ ବ୍ରିଟେନର ରିଆନନ ହାରିସ ଏବଂ ହିମାଂଶ ପରସ୍ପରକୁ ଭେଟିଥିଲେ। ସୋସିଆଲ ମିଡିଆରେ ବିଦେଶୀ ବୋହୂ ଏବଂ ଦେଶୀ ବରଙ୍କୁ ନେଇ ଚର୍ଚ୍ଚା ହୋଇଛି।

ରିଆନନ ହାରିସ ଟ୍ୱିଟ କରି କହିଛନ୍ତି, ‘୪ ବର୍ଷ ପୂର୍ବର ଅନେକ ଆଶା ଏବଂ ସ୍ୱପ୍ନ ସହ ଭାରତ ଆସିଥିଲେ। କିନ୍ତୁ ଏଠାରେ ଜୀବନସାରର ଭଲପାଇବା ମିଳିବ ଏବଂ ବିବାହ କରିବି ତାହା ଭାବି ନଥିଲି । ଏହାସହ ସେ ଲେଖିଛନ୍ତି, ଅତୁଲ୍ୟ ଭାରତରେ ସବୁ ଖୁସି ମିଳିଛି’।

Related Articles

Back to top button
WP Twitter Auto Publish Powered By : XYZScripts.com