ରାଜନୀତି

ରାଜସ୍ଥାନରେ ମଧ୍ୟ ମୋଦି-ଶାହଙ୍କ ଜେନେରେସନ ଚେଞ୍ଜ ଫର୍ମୁଲା

ଛତିଶଗଡ ଓ ମଧ୍ୟପ୍ରଦେଶ ପରେ ଏବେ କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ । ସେନେଇ ହଟୁନି ପରଦା । ହେଲେ ଗୋଟିଏ କଥା ସ୍ପଷ୍ଟ ଯେ ସବୁଠି ଲାଗିଛି ମୋଦି-ଶାହଙ୍କ ଜେନେରେସନ ଚେଞ୍ଜ ଫର୍ମୁଲା ।

ଅର୍ଥାତ ବରିଷ୍ଠଙ୍କୁ ହଟାଇ ନୂଆ ବା ଏକ ଦମ ଫ୍ରେଶ ଚେହେରାକୁ ସାମ୍ନାକୁ ଆଣୁଛି ବିଜେପି । ଯାହା ଛତିଶଗଡ ଓ ମଧ୍ୟପ୍ରଦେଶର ଚିତ୍ରରୁ ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ଏମିତିକି ରେସରେ ଥିବା ନେତା ବା ଚର୍ଚ୍ଚାରେ ଥିବା ନେତାଙ୍କ ନାଁ ବି ଏଥିରେ ଦେଖିବାକୁ ମିଳିନି ।

ଏସବୁ ଦୃଷ୍ଟିରୁ ଦେଖିଲେ ରାଜସ୍ଥାନରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିବ । ସମସ୍ତଙ୍କୁ ଚମକାଇ ଦେଇ ଆଶ୍ଚର୍ଯ୍ୟଜନକ ନାମ ଘୋଷଣା କରିବ ବିଜେପି । ତେଣୁ ଦବଙ୍ଗ ଲେଡି ବସୁନ୍ଧରା ରାଜେ ସିନ୍ଧିଆ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ପ୍ରାୟ ଶେଷ ହୋଇଯାଇଛି ।

ଏହାସହ ମଧ୍ୟପ୍ରଦେଶରେ ଓବିସି ସଂପ୍ରଦାୟରୁ ଆସିଥିବା ମୋହନ ଯାଦବ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଥିବା ବେଳେ ଛତିଶଗଡର ଆଦିବାସୀ ସଂମ୍ପ୍ରଦାୟରୁ ବିଷ୍ଣୁଦେଓ ସାଏ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି ।

ଏଭଳି ପରିସ୍ଥିତିରେ ବର୍ତମାନ ରାଜସ୍ଥାନର ସାଧାରଣ ବର୍ଗରୁ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି । ଏନେଇ ମଙ୍ଗଳବାର ଅର୍ଥାତ ଆଜି ଜୟପୁର ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧାନସଭା ପାର୍ଟିର ଏକ ବୈଠକ ବସିବ । ଏ ସଂପର୍କରେ ସମସ୍ତ ନବ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା କରିବେ ନିଯୁକ୍ତ ୩ ପର୍ଯ୍ୟବେକ୍ଷକ ।

ଆଉ ଏହାପରେ ଅପରାହ୍ନରେ ହିଁ ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ପରଦା ହଟିବ । କିନ୍ତୁ ଯାହା କୁହାଯାଉଛି ରାଜସ୍ଥାନରେ ମଧ୍ୟ ସମାନ ମୋଦି ଫର୍ମୁଲା ଆପ୍ଲାଏ ହେବ । ଏବଂ ରେସ କିମ୍ବା ଚର୍ଚ୍ଚାରେ ଥିବା ନାଁ ଯଥା ବସୁନ୍ଧରା, ବାଲକନାଥ, ଦୀୟା କୁମାରୀ, ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ହଟାଇ ନୂଆ ଓ ଏକଦମ ଫ୍ରେଶ ଚେହେରାକୁ ସାମ୍ନାକୁ ଆଣିପାରେ ବିଜେପି ।

Related Articles

Back to top button
WP Twitter Auto Publish Powered By : XYZScripts.com