ଉତ୍ତରପ୍ରଦେଶ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ ଏକ ସଂଦିଗ୍ଧ ପିଏଫଆଇ କର୍ମୀକୁ ଗିରଫ କରାଯାଇଛି । ତା ନିକଟରେ ଅନେକ ଆପତ୍ତିଜନକ କାଗଜପତ୍ର ଓ ସାମଗ୍ରୀ ଜବତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ଉକ୍ତ ପିଏଫଆଇ କର୍ମୀର ନାଁ ଅବଦୁଲ୍ ମାଜିଦ ଓ ସେ କାକୋରିର ବାସିନ୍ଧା ବୋଲି ଜଣାପଡ଼ିଛି । ତାକୁ ଜେରା ବେଳେ ସେ ଆଉ କେତେକ ପିଏଫଆଇ କର୍ମୀଙ୍କ ନାଁ କହିଛି । ଆତଙ୍କବାଦ ଓ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ପିଏଫଆଇ କାର୍ୟ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି । ମାଜିଦ ନିକଟରୁ ପିଏଫଆଇ ଓ ଇସଲାମିକ୍ ଷ୍ଟେଟ୍ ମଧ୍ୟରେ ସଂପର୍କ ଦର୍ଶାଉଥିବା କେତେକ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି । ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ମାଜିଦକୁ ପୂର୍ବରୁ ମଧ୍ୟ ଗିରଫ କରାଯାଇଥିଲା, କିନ୍ତୁ ପରେ ଜାମିନ ମିଳିଥିଲା । ସେ ଉତ୍ତରପ୍ରଦେଶରେ ଯୁବକମାନଙ୍କୁ ପିଏଫଆଇରେ ସାମିଲ କରୁଥିଲା ।
Related Articles
ବାଲେଶ୍ବରରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୫୬୦୦ ଏସଏଚଜି ଗ୍ରୁପକୁ ୨୨୦ କୋଟିର ସହାୟତା ପ୍ରଦାନ
December 22, 2022
ଅଗ୍ନିପଥକୁ ବିରୋଧ: ମାଜିଷ୍ଟ୍ରେଟ୍ଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦିଲେ ଛାତ୍ର, ଅଫିସର କହିଲେ, ପୁଅ ମୁଁ ତୁମ ବାପ ବୟସର…
June 19, 2022
Check Also
Close
-
କାହା ସହ କରିବେନି ମେଣ୍ଟ, ଏକାକୀ ଲଢ଼ିବେ ମାୟାବତୀJuly 19, 2023