Breaking NewsFeaturedଓଡ଼ିଶାଜାତୀୟରାଜନୀତି

’ମୁଁ କଂଗ୍ରେସ ପରିବାରର ଲୋକ, କୌଣସି ଦଳ ବିରୋଧୀ କାମ କରିନି’

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମୁଁ କୌଣସି ଦଳ ବିରୋଧୀ କାମ କରିନି, ବରଂ କଂଗ୍ରେସର ହାତମୁଠାକୁ ସୁଦୃଢ଼ କରିବାକୁ କାମ କରୁଥିଲି । ଏଆଇସିସି ଦ୍ୱାରା ଦଳରୁ ନିଲମ୍ବିତ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ।

ଚିରଞ୍ଜୀବ କହିଛନ୍ତି ଯେ ମୁଁ କଂଗ୍ରେସ ପରିବାରର ଲୋକ । ପିଲା ଦିନେ ଜେଜେ ବାପା କଂଗ୍ରେସ ବାବଦରେ କହିଥିଲେ । ଦଳର ସଂଗଠନକୁ ସୁଦୃଢ଼ କରିବା ଲାଗି ବାପାଙ୍କ ଅବଦାନ ଥିଲା । କଂଗ୍ରେସକୁ ମଜଭୁତ କରିବା ଲାଗି ସବୁବେଳେ ଚେଷ୍ଟା କରିଛି । ରକ୍ତରେ ବେଇମାନି କରିବା ନାହିଁ । ମେ ୮ରେ ଜୟଦେବ ଭବନରେ ଗୋଟିଏ ସେମିନାର ହୋଇଥିଲା । ସେଥିରେ କଂଗ୍ରେସର ସୁବର୍ଣ୍ଣ ଯୁଗ ନେଇ ଆଲୋଚନା ହୋଇଥିଲା । ସେଠି କହିଥିଲି କି କଂଗ୍ରେସ ଦେଉଥିବା ୯ରୁ ୯୦ ସ୍ଲୋଗାନକୁ ବାସ୍ତବରେ ପରିଣତ କରିବା ପାଇଁ ତୃଣମୂଳ ସ୍ତରକୁ କଂଗ୍ରେସର ନେତାଙ୍କୁ ଯିବାକୁ ପଡ଼ିବ । ଦଳୀୟ ପ୍ରାର୍ଥୀ ବିଳମ୍ବରେ ଘୋଷଣା କରାଯାଏ । ପ୍ରସ୍ତାବ ଦେଇଥିଲି ନିର୍ବାଚନର ୬ ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା ହେଉ । ସୁଯୋଗ ଦିଆଯାଉ ନିର୍ବାଚନ ମଣ୍ଡଳୀରେ କାମ କରିବାକୁ । ଏହା ଯଦି ଦଳ ବିରୋଧୀ କାର୍ଯ୍ୟ, ତାହାଲେ ଆଉ କିଛି କହିବାର ନାହିଁ । ମୋତେ ଦଳ ଠାରୁ ଦୂରେଇ ଦେବା ପାଇଁ କିଛି କୁଚକ୍ରୀ ଚକ୍ରାନ୍ତ କରୁଛନ୍ତି । ତେବେ ସେମିନାରରେ କହିଥିବା ମନ୍ତବ୍ୟ ଯୋଗୁଁ ଦଳ ଝାରସୁଗୁଡ଼ାରେ ୪ ହଜାର ଭୋଟ୍ ପାଇଲା । ତେବେ ପଦ୍ମପୁର ଓ ଧାମନଗର ଉପନିର୍ବାଚନରେ ଦଳର ଭୋଟ୍ ହାର୍ କାହିଁକି କମିଲା ଓ କିଏ ଦାୟୀ ?ପ୍ରଦେଶ କଂଗ୍ରେସ କମିଟି ନେତୃତ୍ୱରେ ନିର୍ବାଚନ ଲଢ଼ା ଯାଇଥିଲା । ୨୦୧୯ ପରେ ୫ଟି ଉପନିର୍ବାଚନ ହୋଇଛି । ତିର୍ତ୍ତୋଲକୁ ବାଦ୍ ଦେଲେ ସବୁଠି ଦଳର ପ୍ରାର୍ଥୀ ୪ ପ୍ରତିଶତରୁ କମ୍ ଭୋଟ୍ ପାଇଛନ୍ତି । ତିର୍ତ୍ତୋଲରେ ଭୋଟ୍ ହାର ୧୬ରୁ ୧୮ ପ୍ରତିଶତକୁ ବଢ଼ିଥିଲା । ଜଗତସିଂହପୁର ମ୍ୟୁନିସିପାଲିଟି କଂଗ୍ରେସ ହାତେଇଛି । କଂଗ୍ରେସ ଦଳକୁ ସଂଗଠିତ କରିବାକୁ ମୁଁ ଉଦ୍ୟମ କରିଛି ବୋଲି ଚିରଞ୍ଜୀବ କହିଛନ୍ତି।

ପଦ ପଦବୀରେ ରହି ନିଜ ସ୍ୱାର୍ଥ ହାସଲ ଚାହିଁଲେ ଦଳ ଉଠି ପାରିବ ନାହିଁ । ଗାଁ ଗାଁରେ ବୁଲି କଂଗ୍ରେସର ବାର୍ତ୍ତାକୁ ପହଞ୍ଚାଇବାକୁ ପଡ଼ିବ ବୋଲି କହିଥିଲି। କିଛି କୁଚକ୍ରୀ ମୋତେ ଦଳରୁ ଦୂରେଇ ଦେବାକୁ ଚାହୁଁଛନ୍ତି । ତେବେ କୁଚକ୍ରୀ କିଏ ? ସାମ୍ବାଦିକଙ୍କ ସେ ପ୍ରଶ୍ନର ଉତ୍ତର ରଖି ନାହାନ୍ତି ଚିରଞ୍ଜୀବ  ବରଂ କହିଛନ୍ତି ଯେ ଯେଉଁମାନେ ଚକ୍ରାନ୍ତ କରୁଛନ୍ତି ସେମାନେ ୨୫ ବର୍ଷ ହେଲାଣି  ନିର୍ବାଚନ ଜିତି ନାହାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com