କେନ୍ଦ୍ର ସରକାର ବଢ଼ାଇଲେ ୪ ପ୍ରତିଶତ ମହଙ୍ଗା ଭତ୍ତା
![](https://i0.wp.com/odia.mobilenews24x7.com/wp-content/uploads/2022/05/money-1200-sixteen_nine.jpg?resize=780%2C470&ssl=1)
ନୂଆଦିଲ୍ଲୀ, ୨୮/୦୯/୨୦୨୨- ଦଶହରା ପୂର୍ବରୁ କେନ୍ଦ୍ର ସରକାର ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଧାରକଙ୍କୁ ଦୁର୍ଗାପୂଜା ଭେଟି ଦେଇଛନ୍ତି । ମହଙ୍ଗା ଭତ୍ତା ବୃଦ୍ଧି ପାଇଛି । ଏହା ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବଢିଛି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅଫ ଇକୋନମିକ ଆଫେୟର୍ସ ବୈଠକରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ମିଳିଛି । ଏହାକୁ ୭ମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିଶ ଅଧାରରେ ଲାଗୁ କରାଯାଇଛି ।
ଏହି ମହଙ୍ଗା ଭତ୍ତା ଜୁଲାଇ ୨୦୨୨ ରୁ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ମାନ୍ୟ ହେବ । ବର୍ଦ୍ଧିତ ମହଙ୍ଗା ଭତ୍ତା ଅକ୍ଟୋବର ମାସ ଦରମା ସହ ମିଳିବ । ଏହାସହ ଅକ୍ଟୋବର ମାସରେ କର୍ମଚାରୀମାନଙ୍କୁ ସେମାନଙ୍କର ପିଛିଲା ଏରିଅର ବି ଦିଆଯିବ । ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ଦେଶର ୫୦ ଲକ୍ଷ କର୍ମଚାରୀ ଓ ୬୫ଲକ୍ଷ ପେନସନରଙ୍କୁ ଉପକୃତ କରିବ। ଏହା ପୂର୍ବରୁ ସରକାର ଗତ ମାର୍ଚ୍ଚ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ। ଏହି ବୃଦ୍ଧି କର୍ମଚାରୀଙ୍କୁ ୧ ଜାନୁୟାରୀ ୨୦୨୨ରୁ ପିଛଲା ଭାବେ ମିଳିଥିଲା । ଏହି ବୃଦ୍ଧି ଯୋଗୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ବଢ଼ି ୩୪ ପ୍ରତିଶତ ହୋଇଥିଲା ।