ବାଣିଜ୍ୟ

ବିଭିନ୍ନ ଦାବି ନେଇ ଇପିଏଫ ପେନସନଧାରୀଙ୍କ ବିକ୍ଷୋଭ ସହ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, ୩୦ /୦୯/୨୦୨୨-  ଇପିଏଫ ପେନସନଧାରୀଙ୍କୁ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ସହିତ ଅତିରିକ୍ତ ମହଙ୍ଗା ଭତ୍ତା ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ଦାବିରେ ଗୁରୁବାର କୋର୍ଟପେଟା ସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପଥପ୍ରାନ୍ତ ସଭା କରାଯାଇଛି । ରାଜ୍ୟ ଇପିଏଫ ପେନସନ ସଂଘର ନିଷ୍ପତ୍ତି କ୍ରମେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ତଥା ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ସହସ୍ରାଧିକ ଇପିଏଫ ପେନସନଧାରୀ ଜିଲ୍ଲା ସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଶତପଥୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବା ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା ସହିତ ଅତିରିକ୍ତ ମହଙ୍ଗା ଭତ୍ତା ଏବଂ ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନାରେ ସାମିଲ କରିବା ନିମନ୍ତେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ସିଆଇଟିୟୁ ର ଶ୍ରମିକ ନେତା ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀଙ୍କ ସମେତ ସଂଘର କର୍ମକର୍ତ୍ତା ସୀମାଞ୍ଚଳ ନାୟକ,  ଗଜପତି ମହାନ୍ତି, ଶିବରାମ ବିଶ୍ବାଳ, ପ୍ରଶାନ୍ତ ଦାସ, ରବି ନାରାୟଣ ସାବତ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com