ଅନ୍ୟାନ୍ୟ
ଉତ୍ତରାଖଣ୍ଡରେ ହିମସ୍ଖଳନ; ଉଦ୍ଧାର କାର୍ଯ୍ୟ ଜାରି
ନୂଆଦିଲ୍ଲୀ, ୦୪ /୧୦/୨୦୨୨- ଉତ୍ତରାଖଣ୍ଡର ଉତ୍ତରକାଶୀ ଅଞ୍ଚଳର ଦାଣ୍ଡା-୨ ପର୍ବତର ଦ୍ରୌପଦୀ ଗିରିଶୃଙ୍ଗରେ ହିମସ୍ଖଳନ । ଏଥି ଯୋଗୁଁ ପ୍ରାୟ ୨୮ ଜଣ ପର୍ବତାରୋହୀ ଫସି ରହିଥିବା ଆଶଙ୍କା କରାଯାଉଛି । ପାଣିପାଗ ହଠାତ ବଦଳି ଯିବାରୁ ଏପରି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟ ଲୋକଙ୍କୁ ଉଦ୍ଧାର କରିବା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି । ସେପ୍ଟେମ୍ବର ୨୩ ରୁ ସମସ୍ତେ ଟ୍ରେନିଂ ପାଇଁ ବାହାରିଥିଲେ । ଘଟଣାସ୍ଥଳରେ ଉଦ୍ଧାର ପାଇଁ ଏସଡିଆରଏଫ୍ , ଏନଡିଆରଏଫ୍, ଆର୍ମି ଓ ଆଇଟିବିପିର ପ୍ରୟାସ ଜାରି ରହିଛି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଧାମି କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଅନୁରୋଧ କରିଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି।