ଅନ୍ୟାନ୍ୟ

ଆବାସ ଯୋଜନାରେ ଭୟଙ୍କର ହରିଲୁଟ୍ , ମିଛ ତଥ୍ୟ ଦେଇ ଗରିବଙ୍କ ଘର ହଡ଼ପ୍‌

ବାସହୀନ ଲୋକଙ୍କ ମୁଣ୍ଡରେ ଛାତ ଟିକିଏ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ମିଛ ତଥ୍ୟ ଦେଇ ଗରିବଙ୍କ ଘର ହଡ଼ପ କରି ନେଉଛନ୍ତି ଦଲାଲ ଓ କିଛି ସରକାରୀ କର୍ମଚାରୀ । ବାସ୍ତବ ଚିତ୍ର ଦେଖିଲେ ଆପଣ ବି ହତବାକ୍ ହୋଇଯିବେ । ମୟୁରଭଞ୍ଜରେ ଚାଳ ଘରକୁ ଛାତ ଘର ଦେଖାଇ ଆବାସ ଯୋଜନାରେ ଲୁଟି ନେଇଛନ୍ତି ୬୨ ଲକ୍ଷ । ସରକାରୀ ଯୋଜନାର ଖୁଲମଖୁଲା ହେଉଛି ବାଟମାରଣା । ଗରିବ ହିତାଧିକାରୀଙ୍କ ବଦଳରେ ମାଲେମାଲ ହେଉଛନ୍ତି ବଡ଼ ବଡ଼ିଆ । ମୟୁରଭଞ୍ଜ ଜିଲ୍ଲାରେ ଆବାସ ଯୋଜନାର ହରିଲୁଟକୁ ନେଇ ରାଜ୍ୟ ବ୍ୟାପୀ ଚର୍ଚ୍ଚା । ୨୦୧୪ରୁ ୨୦୧୮ ଭିତରେ କେବଳ ମୟୂରଭଞ୍ଜ ଜିଲ୍ଲାରେ ୧୨ ହଜାର ୫୬ଟି ଘର ନିର୍ମାଣ ନ ହୋଇ ଟଙ୍କା ଉଠାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏହି ବାବଦରେ ୬୨ ଲକ୍ଷ ଟଙ୍କାର ହିସାବ ମିଳି ପାରୁନଥିବା ସ୍ବତନ୍ତ୍ର ଅଡିଟ୍ ଟିମ୍ ସରକାରଙ୍କୁ ରିପୋର୍ଟ ଦେଇଛି। ଏମିତିକି ସେହି ସମୟ ମଧ୍ୟରେ କେତେ ଜଣ ହିତାଧିକାରୀଙ୍କୁ ଆବାସ ଗୃହ ମିଳିଛି, ସେ ସଂକ୍ରାନ୍ତରେ ବି ବ୍ଲକ୍‌ରେ କିଛି କାଗଜପତ୍ର ବି ମିଳୁନି। ତେଣୁ ଏହାର ବିଧିବଦ୍ଧ ତଦନ୍ତ ହୋଇ ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com