ଓଡ଼ିଶା

ରାଜସ୍ବ ବୃଦ୍ଧି ଦିଗରେ ସୈରାତ୍ ଉତ୍ସ ଗୁଡିକ ସୁବିନିଯୋଗ ହେଉ : ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର

ଛତ୍ରପୁର, ୦୫/୦୮/୨୦୨୨-  ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ରାଜସ୍ବ ବିଭାଗୀୟ ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସୈରାତ୍ ଉତ୍ସ ଗୁଡିକର ସଠିକ ପରିଚାଳନା କରାଯାଇ ସୁବିନିଯୋଗ ହୋଇପାରିଲେ ରାଜସ୍ବ ବୃଦ୍ଧି ହୋଇ ପାରିବ ବୋଲି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଗଞ୍ଜାମ ଜିଲ୍ଲାର ସମସ୍ତ ରାଜସ୍ବ ଅଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି । ଜିଲ୍ଲାରେ ରହିଥିବା ସୈରାତ ଉତ୍ସ ଗୁଡିକର ବିନିଯୋଗ ଦିଗରେ ସମସ୍ତ ତହସିଲଦାରଗଣ ଅଧିକ ତତ୍ପରତା ପ୍ରକାଶ କରନ୍ତୁ, ତେବେ ଯାଇ ଉତ୍ସ ଗୁଡିକର ପରିଚାଳନା ସଠିକ ହେବ । ଚୋରା ଚାଲାଣ ଏବଂ ରାଜସ୍ବ କ୍ଷତିକୁ ରୋକାଗଲେ ରାଜସ୍ବ ବୃଦ୍ଧି ଦିଗରେ ସହାୟକ ହେବ ବୋଲି କମିଶନର ଅବଗତ କରାଇଥିଲେ । ସୈରାତ ଉତ୍ସ ଗୁଡିକର ନିଲାମ ପ୍ରକ୍ରିୟାରେ ଦେଖାଯାଉଥିବା ବାଧା ବିଘ୍ନକୁ କିଭଳି ମିଳିତ ତଦନ୍ତ ଦ୍ବାରା ସମାଧାନ କରିହେବ ସେସମ୍ପର୍କରେ ମଧ୍ୟ ତହସିଲଦାର ମାନଙ୍କୁ ବୁଝାଇ ଦିଆଯାଇଥିଲା । ସୈରାତ୍ ଉତ୍ସ ଗୁଡିକ ନିଲାମ ହେଲା ପରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଉତ୍ସ ଗୁଡିକରୁ ଉତ୍ତୋଳନ କରିବା ଆବଶ୍ୟକ । ସୈରାତ ଉତ୍ସ ଗୁଡିକର ପରିଚାଳନା ଦିଗରେ ଯେଉଁଠି ଯାହା ଅସୁବିଧା ଦେଖାଯାଉଛି ଉଚ୍ଚ ସ୍ତରରେ ତାହା ଉପସ୍ଥାନ କରି ତାହାର ପରିଚାଳନା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଉତ୍ସ ଗୁଡିକ ଯେପରି ପଡିରହୁଛି, ତାର ସଠିକ ସମୟସୀମା ପାର ହେବା ପରେ ସେଗୁଡିକର କାର୍ଯ୍ୟକ୍ଷମ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ । ଆଗାମୀ ଦିନରେ ରାଜସ୍ବ ଯେମିତି କ୍ଷତି ହେବ ନାହିଁ, ରାଜସ୍ବ ବୃଦ୍ଧି ହେବ ସେ ଦିଗରେ ସମସ୍ତଙ୍କ ଠାରୁ ଆଶା କରିଥିଲେ ।  ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗ୍ରାମ୍ୟ ଉନ୍ନୟନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କୀର୍ତ୍ତି ଭାସନ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ସଚିବ ସୁଜାତା ସାହୁ, ଅନୁ ସଚିବ ପାର୍ବତୀ ମଞ୍ଜରୀ ମାହାଳିକ, ମାଇନର ମିନେରାଲ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଦେବାଶୀଷ ପଟ୍ଟନାୟକ, ବିଭୂତି ଭୂଷଣ ପଟ୍ଟନାୟକ, ଜିଲ୍ଲାର ସମସ୍ତ ତହସିଲଦାର ଏବଂ ସମସ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com