ବିଜ୍ଞାନ ଓ ପ୍ରଯୁକ୍ତି
ମନଇଚ୍ଛା ବ୍ୟକ୍ତିଗତ ଗାଡିରେ ଲାଗିବନି ଭାରତ ସରକାରଙ୍କ ଲୋଗୋ
![](https://i0.wp.com/odia.mobilenews24x7.com/wp-content/uploads/2022/10/GOI-e1665067776426.webp?resize=343%2C187&ssl=1)
ନୂଆଦିଲ୍ଲୀ, ୦୬/୧୦/୨୦୨୨- ବନ୍ଦ ହେବ ବ୍ୟକ୍ତିଗତ ଗାଡିରେ ଲଗାଉଥିବା ଭାରତ ସରକାରଙ୍କ ଲୋଗୋ । କେନ୍ଦ୍ର ସରକାରୀ ଚାକିରି କରିଥିବା କର୍ମଚାରୀମାନେ ଆଉ ମନଇଚ୍ଛା ନିଜ ବ୍ୟକ୍ତିଗତ ଗାଡିରେ ଲଗାଇ ପାରିବେନି ଭାରତ ସରକାରଙ୍କ ଲୋଗୋ । ଏପରି ନୂଆ ନିୟମ ଆଣିଛନ୍ତି ଅର୍ଥ ମନ୍ତ୍ରାଳୟ ।
ଏଥି ମଧ୍ୟରେ ଏହା ପାଳନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜ ବିଭାଗର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ନିୟମକୁ କଡାକଡା ପାଳନ କରିବାକୁ ସବୁ ବିଭାଗ ତତ୍ପର ହୋଇଛନ୍ତି । ସେହିପରି ନୂଆ ପେଟ୍ରୋଲ କି ଡିଜେଲ ଗାଡି ନ କିଣି ବୈଦ୍ୟୁତିକ ଗାଡି କିଣିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।