ଓଡ଼ିଶା

ରାଜ୍ୟରେ ପୁଣି ୨୦ ଜଣ ସଂକ୍ରମିତଙ୍କ ପ୍ରାଣହାନି, କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୩୮କୁ ବୃଦ୍ଧି

ଭୁବନେଶ୍ୱର() ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୮୩୮କୁ ବୃଦ୍ଧି ପାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାରୁ ସର୍ବାଧିକ ୪ ଜଣ ମୃତକ ଅଛନ୍ତି। ଯାଜପୁରର ଏକ ଛଅ ମାସର ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ଜଣାଯାଇଛି। ଅପରପକ୍ଷରେ ବାଲେଶ୍ବର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏଣେ ମୟୂରଭଞ୍ଜର ୨ ଜଣ ମୃତକ ଅଛନ୍ତି। ଏହାଛଡ଼ା ଭଦ୍ରକ, କଟକ, ଜଗତସିଂହପୁର, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାର ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com