Featuredଜାତୀୟ

୨୦୨୩ ଏପ୍ରିଲରୁ ମହଙ୍ଗା ହେବ କାର୍

ଆସନ୍ତା ବର୍ଷ ଏପ୍ରିଲରୁ କାର କିଣିବା ବ୍ୟୟବହୁଳ ହେବ । ଅଟୋ କମ୍ପାନିଗୁଡ଼ିକ କଡ଼ା ପ୍ରଦୁଷଣ ମାନଦଣ୍ଡକୁ ପାଳନ କରିବା ପୂର୍ବକ ଯାନଗୁଡ଼ିକୁ ଅପ୍‌ଗ୍ରେଡ କରିବା ଲାଗି ବିପୁଳ ମାତ୍ରାରେ ନିବେଶ କରୁଛନ୍ତି । ଏ ବାବଦ ଖର୍ଚ୍ଚ ନୂଆ ଗାଡ଼ି ଦରରେ ପ୍ରତିଫଳିତ ହେବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । କମ୍ପାନିଗୁଡ଼ିକ ଏବେ ଦ୍ୱିତୀୟ ପର୍ଯ୍ୟାୟ ବିଏସ୍‌-୬ ମାନଦଣ୍ଡକୁ ପାଳନ କରିବା ପାଇଁ ତଦନୁସାରେ ଉତ୍ପାଦ ବିକାଶ କରୁଛନ୍ତି । ଏ ବାବଦ କମ୍ପାନିଗୁଡ଼ିକର ଖର୍ଚ୍ଚ ବୃଦ୍ଧି ପାଇଛି । କମ୍ପାନିଗୁଡ଼ିକ ଉତ୍ପାଦନ ଖର୍ଚ୍ଚ ଚାପକୁ ଗ୍ରାହକଙ୍କ ଉପରେ ପକାଇପାରନ୍ତି । ନୂଆ ନିୟମ ଅନ୍ତର୍ଗତ ଗାଡ଼ିର ରିୟଲ ଟାଇମ୍‌ ଡ୍ରାଇଭିଂ ଏମିସନ ଲେବଲ ମାପିବା ପାଇଁ ଯାନଗୁଡ଼ିକରେ ଏକ ଅନ୍‌-ବୋର୍ଡ ସେଲ୍‌ଫ ଡାଏଗ୍ନୋଷ୍ଟିକ ଡିଭାଇସ୍‌ ରହିବ । ଗାଡ଼ିରେ ଫୁଏଲ୍‌ ଇଞ୍ଜେକ୍ଟର ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com