Featuredଅନ୍ତର୍ଜାତୀୟ

ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଲେ ଋଷ ରାଷ୍ଟ୍ରପତି

ୟୁକ୍ରେନ ପ୍ରସଙ୍ଗରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନେଇ ପାରନ୍ତି ବଡ ନିଷ୍ପତ୍ତି । ଆଜି ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଛନ୍ତି ପୁଟିନ । ଏହି ବୈଠକ ପୂର୍ବରୁ ସମଗ୍ର ୟୁକ୍ରେନରେ ଆଲର୍ଟ ଜାରି କରାଯାଇଛି । ଆଉ ଏଠିକାର ଲୋକେ ଏବେ ଚିନ୍ତାରେ । ୟୁକ୍ରେନର ସ୍ଥିତି ନେଇ ଏହି ବୈଠକ ହେବାକୁ ଯାଉଛି । କୁହାଯାଉଛି ଦୁଇ ଦିନ ତଳେ ଯେଉଁ କ୍ରିମିଆ ସେତୁ ଉପରେ ହମଲା ହୋଇଥିଲା ତାର ପ୍ରତିଶୋଧ ନେଇପାରେ ମସ୍କୋ । ଏଥିପାଇଁ ପୁଟିନ ରଣନୀତି ପ୍ରସ୍ତୁତି କରିଛନ୍ତି । ୟୁକ୍ରେନର ବଡ ସହରରେ ଋଷ କରିପାରେ ରକେଟ୍ ମାଡ । କ୍ରିମିଆକୁ ସଂଯୋଗ କରୁଥିବା କେର୍ଚ ବ୍ରିଜ ଉପରେ ହୋଇଥିବା ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ଋଷ କହିଛିି । ୟୁକ୍ରେନ ସ୍ପେଶାଲ ସର୍ଭିସେସ୍ ଦ୍ୱାରା ବ୍ରିଜରେ ନିଆଁ ଲଗାଯାଇଛି ବୋଲି ପୁଟିନ କହିଛନ୍ତି । ଋଷ ଏବଂ କ୍ରିମିଆକୁ ଯୋଡୁଥିବା ଏହି ବ୍ରିଜରେ ଦୁଇ ଦିନ ତଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଅଗ୍ନିକାଣ୍ଡରେ ପୋଲର ଗୋଟିଏ ଅଂଶ ଭୁଶୁଡି ପଡ଼ିଥିଲା । ନିଆଁ ଲାଗିବା ଯୋଗୁଁ ପୋଲ ଉପର ଦେଇ ଯାଉଥିବା କାର୍ଗୋ ଟ୍ରେନର ଡବା ଗୁଡିକ ଜଳି ଯାଇଥିଲା । ୟୁକ୍ରେନ୍ ସରକାରଙ୍କ ପରାମର୍ଶଦାତା ମିଖାଇଲ ପୋଡେଲିକ କହିଛନ୍ତି, ଏହା କେବଳ ଆରମ୍ଭ ମାତ୍ର । ଯାହା ସବୁ ଅବୈଧ ରହିଛି ସେ ସବୁକୁ ନଷ୍ଟ କରାଯିବ । ତେଣୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆହୁରି ଜୋରଦାର ହୋଇପାରେ । ୨୦୧୪ରେ କ୍ରିମିୟା ଉପରେ ରୁଷ କବଜା କରିଥିଲା ଏବଂ ୟୁକ୍ରେନ ସହ ଯୁଦ୍ଧରେ ଏହି ବ୍ରିଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା । ୨୦୧୮ରେ ପୁଟିନ୍ ଏହି ବ୍ରିଜର ଉଦଘାଟନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com