ଓଡ଼ିଶା
ଅର୍ଚ୍ଚନା ନାଗଙ୍କ ଉପରେ ନିର୍ମାଣ ହେବ ଓଡ଼ିଆ ଫିଲ୍ମ, କଣ ରହିବ ଫିଲ୍ମର ନାଁ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଉପରେ ନିର୍ମାଣ ହେବ ଓଡ଼ିଆ ଫିଲ୍ମ । ଏହି ଫିଲ୍ମ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା ।
ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ମାୟାବିନୀ ରହିବ ବୋଲି ଜଣାପଡିଛି । ତେବେ ମାୟାବିନୀଙ୍କ ମାୟା ଜାଲରେ କିପରି ରାଜନେତା, ବିଲଡର ଓ ହାଇପ୍ରୋଫାଇଲ ବ୍ୟକ୍ତି ପଡିଛନ୍ତି ତାକୁ ନେଇ ନିର୍ମାଣ ହେବ ଏହି ଫିଲ୍ମ।
ସେପଟେ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବେଳେ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଦୁହିଁଙ୍କୁ ପୁଲିସ କେବଳ ପଚରଉଚରା କରି ଛାଡି ଦେଇଛି।