ଓଡ଼ିଶା

ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପାଠ୍ୟକ୍ରମ

କଟକ, ୧୭ /୧୦/୨୦୨୨-   ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆସ୍ପିରେସନାଲ କମ୍ପୋନେଣ୍ଟ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ କେବଳ ନବମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେଉଥିବା ବେଳେ ଆସନ୍ତା ବର୍ଷରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ପାଠ୍ୟକ୍ରମ ଲାଗୁ ହେବ । ବର୍ଷକୁ ୪ ଥର ୪ ଟି ବିଭାଗ ଉପରେ  ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବେ ଶିକ୍ଷକ । ପୁସ୍ତକ ସମୀକ୍ଷା, ପ୍ରୋଜେକ୍ଟ ଓ୍ବାର୍କ, କୋ-କରିକ୍ୟୁଲାର ଆକ୍ଟିଭିଟି ଓ ବେସିକ ଆଇଟି ସ୍କିଲ ଉପରେ ପରୀକ୍ଷା କରାଯିବ। ପ୍ରତି କମ୍ପୋନେଣ୍ଟରେ ୨୫ନମ୍ବର ଥିବା ବେଳେ ମୋଟ୍ ୪ଟି ବିଭାଗରେ ୧୦୦ନମ୍ବର ରହିଛି । ଯଦି କୌଣସି ବିଦ୍ୟାଳୟରେ କମ୍ପ୍ୟୁଟର ବ୍ୟବସ୍ଥା ନଥିବ ସେଠାରେ ଆଇଟି କମ୍ପୋନେଣ୍ଟକୁ ବାଦ୍ ଦେଇ ବାକି ୩ଟି କମ୍ପୋନେଣ୍ଟ ନେଇ ପାରିବେ ବୋଲି ସେ ସୂଚନା ଦେଇଛନ୍ତି । HSC ସାର୍ଟିଫିକେଟରେ ଏହି ଗ୍ରେଡ୍ ଉଲ୍ଲେଖ ରହିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com