କ୍ରୀଡ଼ା

T-20 ବିଶ୍ୱକପ : ସ୍କଟଲ୍ୟାଣ୍ଡ ଠାରୁ ହାରିଲା ୱେଷ୍ଟଇଣ୍ଡିଜ

ହୋବର୍ଟ, ୧୭ /୧୦/୨୦୨୨-  ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେଉଥିବା ଟି-୨୦ ବିଶ୍ୱକପର ୩ୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ହରାଇଲା ସ୍କଟଲ୍ୟାଣ୍ଡ । ପ୍ରଥମେ ବ୍ୟାଟିଂକରି ସ୍କଟଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୦ ରନ ହାସଲ କରିଥିଲା । ଦଳ ତରଫରୁ ଓପନର ଜର୍ଜ ମୁନସି ୫୩ ବଲରୁ ଅପରାଜିତ ୬୬ ରନ କରିଥିଲେ । ସଫଳ ବୋଲର ଭାବେ ଜୋସେଫ ଓ ହୋଲ୍ଡର ଦୁଇଟି ଏବଂ ଓଡିନ ସ୍ମିଥ ଗୋଟିଏ ୱିକେଟ୍ ଅକ୍ତିଆର୍ କରିଥିଲେ ।

ଜବାବରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯ ବଲ୍ ପୂର୍ବରୁ ମାତ୍ର ୧୧୮ ରନରେ ଅଲଆଉଟ୍ ହୋଇ ଯାଇଥିଲା । ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଥିଲେ । ଦଳ ତରଫରୁ ଜାସନ ହୋଲ୍ଡର ସର୍ବାଧିକ ୩୮ ରନ କରିଥିଲେ । ସ୍କଟଲ୍ୟାଣ୍ଡ ପକ୍ଷରୁ ମାର୍କ ୱାଟ୍ ୩ଟି, ବ୍ରାଡ ହ୍ୱିଲ ଓ ମାଇକେଲ୍ ଲିସ୍କ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ । ସ୍କଟଲ୍ୟାଣ୍ଡର ଜର୍ଜ ମୁନସି ଅପରାଜିତ ୬୬ ରନର ଇନିଂସ ପାଇଁ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷିତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com