କ୍ରୀଡ଼ା

ନେଦରଲ୍ୟାଣ୍ଡକୁ ହରାଇଲା ଭାରତ

ସିଡନୀ, (ଅଷ୍ଟେଲିଆ), ୨୭/୧୦/୨୦୨୨-    ଚଳିତ ଟ୍ୱେଣ୍ଟି- ୨୦ ବିଶ୍ୱକପ୍ ମ୍ୟାଚରେ ଶୁକ୍ରବାର ଭାରତ ନେଦରଲ୍ୟାଣ୍ଡ ବିପକ୍ଷରେ ବିଜୟୀ ହୋଇଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ୫୬ ରନରେ ବିଜୟୀ ହୋଇଛି ଭାରତ । ଭାରତ ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୨ ୱିକେଟ ବିନିମୟରେ ୧୭୯ ରନ୍ କରିଥିଲା । ଦଳ ତରଫରୁ ରୋହିତ ଶର୍ମା ୩୯ ବଲରୁ ୫୩, ବିରାଟ କୋହଲି ୪୪ ବଲରୁ ୬୨, ଏବଂ ସୂର୍ଯ୍ୟ କୁମାର ଯାଦବ ୨୫ ବଲରୁ ୫୧ ରନ୍ କରିଥିଲେ ।

ଜବାବରେ ନେଦରଲ୍ୟାଣ୍ଡ ୯ ୱିକେଟ ହରାଇ ୨୦ ଓଭରରେ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା । ନେଦରଲ୍ୟାଣ୍ଡ ତରଫରୁ ଟିମ୍ ପ୍ରିଙ୍ଗେଲ ସର୍ବାଧିକ ୨୦ ରନ୍ କରିଥିଲେ । ଶେଷ ଆଡକୁ ଦୁଇ ବୋଲର ଶାରିଜ୍ ଅହମ୍ମଦ ୧୧ ବଲରୁ ୧୬ ଏବଂ ଭାନ୍ ମିକେରେନ୍ ୬ ବଲରୁ ୧୪ ରନ ଆଦାୟ କରିଥିଲେ ।

ସଫଳ ଭାରତୀୟ ବୋଲର ଭାବେ ଭୁବନେଶ୍ୱର କୁମାର ଚମତ୍କାର ବୋଲିଂ କରି ୩ ଓଭରରେ ୯ ରନ ବ୍ୟୟ କରି ୨ ଟି ୱିକେଟ ନେଇଥିଲେ । ଏଥିରେ ୨ ଟି ମେଡେନ ଓଭର ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ଅର୍ଶଦୀପ ସିଂ, ଅକ୍ଷର ପଟେଲ, ରବିଚନ୍ଦ୍ରନ୍ ଅଶ୍ୱିନୀ ପ୍ରତ୍ୟେକ ୨ ଟି ଏବଂ ମହମ୍ମଦ ସାମି ଗୋଟିଏ ୱିକେଟ୍ ନେଇଥିଲେ । ଧୁଆଁଧାର ଇନିଂସ ପାଇଁ ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ୍ ଦି ମ୍ୟାଚ ଘୋଷିତ ହୋଇଛନ୍ତି । ଭାରତ ନିଜ ଗୃପରେ ୨ଟି ମ୍ୟାଚ ଜିତି ୪ ପଏଣ୍ଟ ସହ ଶୀର୍ଷରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com